Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଉପକୂଳ ସୁରକ୍ଷା ନେଇ ପ୍ରଶ୍ନବାଚୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଉପକୂଳ ସୁରକ୍ଷା ନେଇ ପ୍ରଶ୍ନବାଚୀ

ଅସ୍ତରଙ୍ଗ : ସମୁଦ୍ରକୂଳ ଦେଇ ଅନୁପ୍ରବେଶ ଭୟ ସର୍ବଦା ରହିଛି । ଏହାଛଡା ନିଷିଦ୍ଧ କରାଯାଇଥିବା ସମୟରେ ବେଆଇନ ମାଛ ଧରିବାକୁ ଜଳସୀମା ଡେଇଁ ଟ୍ରଲର ପହଞ୍ôଚବାକୁ ରୋକିବା ଏକ ବଡ଼ ଚ୍ୟାଲେଞ୍ଜ । ଏ ସବୁକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟସ୍ଥ ନୂଆଗଡ଼ ସାମୁଦ୍ରିକ ଥାନା ୨୦୧୪ ମସିହାରେ ସ୍ଥାପିତ ହୋଇଛି । ନୂଆଗଡ଼ ସାମୁଦ୍ରିକ ଥାନାରେ ବର୍ତ୍ତମାନ ସୁଦ୍ଧା ଜଣେ ଥାନା ଅଧିକାରୀ, ଜଣେ ଏଏସ୍‌ଆଇ, ୧୧ଜଣ କନେଷ୍ଟବଳ, ୯ଜଣ ହୋମଗାର୍ଡ, ୯ଜଣ ଟେକ୍ନିକାଲ ଷ୍ଟାଫ ସହ ଅନ୍ୟାନ୍ୟ କର୍ମଚାରୀ ରହିଛନ୍ତି । ନୂଆଗଡ଼ ସାମୁଦ୍ରିକ ଥାନାରେ ମଞ୍ଜୁର ପଦ ୫୫ଟି ହୋଇଥିବା ବେଳେ ଖାଲିପଡିଛି ୩୩ଟି ପଦବୀ । ପୁଲିସ ମୁତୟନ ସତ୍ତ୍ୱେ ବେଆଇନ ଟ୍ରଲର ଚଳାଚଳ କରୁଥିବା ଅନେକ ଘଟଣା ସାମ୍ନାକୁ ଆସୁଛି । ପୁଲିସ ନଜର ପଡିଲେ ଏହା ଜବତ ହେଉଛି, ନଚେତ ଏହା ବେଫିକର ସମୁଦ୍ର ସୀମା ଭିତରେ ମାଛ ମାରି ଚାଲି ଯାଉଛନ୍ତି । ସମୁଦ୍ର ଭିତରେ ଏହି ଟ୍ରଲର ଯୋଗେ ନିଶା କାରବାର, ଜୀବଜନ୍ତୁ କାରବାର ହେବାର ଆଶଙ୍କା ମଧ୍ୟ ରହିଛି । ଆବଶ୍ୟକ ସମୟରେ ବାହ୍ୟଶତ୍ରୁଙ୍କୁ ପ୍ରତିହତ କରିବା ମେରାଇନ ଥାନା ନିମନ୍ତେ ଚ୍ୟାଲେଞ୍ଜ । ଏହାସହ ନୂଆଗଡ଼ ସାମୁଦ୍ରିକ ଥାନା ଅଞ୍ଚଳରେ ଅସ୍ତରଙ୍ଗ ବ୍ଲକର ୨ଟି ପଞ୍ଚାୟତ ଝାଡ଼ଲିଙ୍ଗ ଓ ନୂଆଗଡ଼ ରହିଥିବାବେଳେ ଆଇନଶୃଙ୍ଖଳା ପରିସ୍ଥିତିକୁ ମଧ୍ୟ ନଜର ରଖିବାକୁ ପଡୁଛି । ମାତ୍ର ଦୁର୍ବଳ ଭିତ୍ତିଭୂମିକୁ ନେଇ ସର୍ବଦା ନୂଆଗଡ଼ ସାମୁଦ୍ରିକ ଥାନା ଆଲୋଚନାରେ ରହିଆସିଛି । ବିଭିନ୍ନ ସମୟରେ ସାଗର କବଚ ସମରାଭ୍ୟାସ କରି ନିଜକୁ ସଜାଗ ଥିବା ଦର୍ଶାଉଛି ସାମୁଦ୍ରିକ ଥାନା ପୁଲିସ । ମାତ୍ର ସ୍ଥିତି ପୂରା ଅଲଗା । ଅସ୍ତରଙ୍ଗ ନିକଟସ୍ଥ ନୂଆଗଡ଼ ସାମୁଦ୍ରିକ ଥାନା ଅଧିକାରୀ ଅଚ୍ୟୁତାନନ୍ଦ ବେହେରା କହିଛନ୍ତି, ସାମୁଦ୍ରିକ ଥାନାରେ ସରକାରୀ ମଞ୍ଜୁରୀ ମୁତାବକ କର୍ମଚାରୀ ନାହାନ୍ତି, ମାତ୍ର ଯେତିକି ଲୋକବଳ ରହିଛି ସ୍ଥିତିକୁ ଠିକ୍ ଭାବେ କଷ୍ଟେମଷ୍ଟେ ପରିଚାଳନା କରାଯାଇ ପାରୁଛି । ମଞ୍ଜୁରୀ ମୁତାବକ ନିଯୁକ୍ତି ଦେଲେ କାମ ଆହୁରି ସହଜ ହେବ । କାରଣ ସମୁଦ୍ରରେ ଅନୁପ୍ରବେଶକାରୀଙ୍କୁ ଧରିବାକୁ ପୋଲିସ ଅଧିକାରୀ ଓ କର୍ମଚାରୀ ନାହାନ୍ତି । ସାଧାରଣରେ ଦାବି ହୋଇଛି ନୂଆଗଡ଼ ସାମୁଦ୍ରିକ ଥାନାରେ ପୁଲିସ ଅଫିସର ଓ କର୍ମଚାରୀଙ୍କୁ ନିଯୁକ୍ତି କରନ୍ତୁ, ଏହା ପୁଲିସ ବ୍ୟବସ୍ଥା ଓ ଉପକୂଳ ସୁରକ୍ଷାକୁ ଆହୁରି ମଜଭୁତ କରିବ ।

Leave a Reply