ରାଷ୍ଟ୍ରଦୀପ ସାପ୍ତାହିକର ୩୧ତମ ବସନ୍ତ ମିଳନ ଉତ୍ସବ – ୨୦୨୫

ରାଷ୍ଟ୍ରଦୀପ ସାପ୍ତାହିକର ୩୧ତମ ବସନ୍ତ ମିଳନ ଉତ୍ସବ – ୨୦୨୫
ତା ୧୮/୦୨/୨୦୨୫ରିଖ, ମଙ୍ଗଳବାର ଦିନ କଟକ ସ୍ଥିତ ସାରଳା ଭବନଠାରେ ରାଷ୍ଟ୍ରଦୀପର ୩୧ତମ ବସନ୍ତ ମିଳନ ଉତ୍ସବ ରାଷ୍ଟ୍ରଦୀପ ପରିଚାଳନା ସମିତିର ସଭାପତି, ଶ୍ରୀ ଅନୁପ କୁମାର ବୋଷଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏଥରେ ରାଷ୍ଟ୍ରଦୀପର ସମ୍ପାଦକ ଶ୍ରୀ ଚିତରଞ୍ଜନ ମହାପାତ୍ର ସ୍ୱାଗତ ଭାଷଣ ଦେବା ସହ ଅତିଥୁ ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥ, ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ତଥା ସମାଜସେବୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ରାଷ୍ଟ୍ରଦୀପ ସହ ତାଙ୍କର ଦୀର୍ଘ ଦିନର ସମ୍ପର୍କ ତଥା ସଦ୍ୟ ସମାଜ ପାଇଁ ରାଷ୍ଟ୍ରଦୀପର ମହତ୍ୱ ସମ୍ବନ୍ଧରେ ମତବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଭାବରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପୂର୍ବ କ୍ଷେତ୍ରର ସମ୍ପର୍କ ପ୍ରମୁଖ ଶ୍ରୀ ବିଦ୍ୟୁତ ମୁଖାର୍ଜୀ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପଂଚ ପରିବର୍ତନ ମାଧ୍ୟମରେ ସମାଜ ଓ ରାଷ୍ଟ୍ରର ଉତ୍‌ଥାନ ସମ୍ଭବପର ଏବଂ ଏହା ମାଧ୍ୟମରେ ଅଦୂର ଭବିଷ୍ୟତରେ ଭାରତ ବିଶ୍ୱଗୁରୁ ଆସନରେ ଆସୀନ ହେବ, ଏ ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ ।
ଏହି ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ଡ.ସନ୍ତୋଷ କୁମାର ମହାପାତ୍ରଙ୍କୁ ଶ୍ରେଷ୍ଠ ପ୍ରାବନ୍ଧିକ, ଶ୍ରୀ ମାତୃଦତ ମହାନ୍ତିଙ୍କୁ ଶ୍ରେଷ୍ଠ ସ୍ତମ୍ଭକାର, ଶ୍ରୀ ସୌଭାଗ୍ୟ ମହାପାତ୍ରଙ୍କୁ ଶ୍ରେଷ୍ଠ ଲଘୁ ନିବନ୍ଧ ପୁରସ୍କାର, ମନୀଷା ରାୟଙ୍କୁ ଶ୍ରେଷ୍ଠ ଶିଶୁ ଲେଖ୍କା, କୈଳାଶ ଧଳଙ୍କୁ ଶ୍ରେଷ୍ଠ ବ୍ୟଙ୍ଗ କବି, ରାଜେନ୍ଦ୍ର ଗିରି ଏବଂ ଗଣେଶ ସାହୁଙ୍କୁ ଶ୍ରେଷ୍ଠ ବିତରକ ଭାବେ ପୁରସ୍କୃତ କରାଯାଇଥିବା ବେଳେ ପୂର୍ବତନ କର୍ମଚାରୀ ଚୈତନ୍ୟ ପ୍ରଧାନ ଓ ବଳଭଦ୍ର ସାହୁଙ୍କୁ ମଧ୍ୟ ରାଷ୍ଟ୍ରଦୀପକୁ ଦେଇଥିବା ଜୀବନବ୍ୟାପି ସେବା ପାଇଁ ସମ୍ବଦ୍ଧିତ କରାଯାଇଥିଲା ।
ଅତିଥିମାନଙ୍କ ଦ୍ୱାରା ରାଷ୍ଟ୍ରଦୀପର ବାସନ୍ତିକ ବିଶେଷାଙ୍କ ‘ମହାନ ରାଷ୍ଟ୍ର ଚିନନ୍ତକ ବାବାସାହେବ ଆମ୍ବେଦକର’ ପତ୍ରିକା ଉନ୍ମୋଚନ ହୋଇଥିଲା । ଏହାସହିତ ବରଣ୍ୟ କବି ଶ୍ରୀ ସନ୍ତୋଷ କୁମାର ତ୍ରିପାଠୀଙ୍କ ରତିତ ପୁସ୍ତକ ‘ଭାରତ ଭାରତୀ’ ମଧ୍ୟ ଉନ୍ମୋଚନ କରାଯାଇଥିଲା ।
ପ୍ରାରମ୍ଭରେ ସରସ୍ୱତୀ ଶିଶୁମନ୍ଦିର, ତୁଳସୀପୁରର ଛାତ୍ରଛାତ୍ରୀମାନେ ସରସ୍ୱତୀ ବନ୍ଦନା ଓ ସ୍ୱାଗତ ସଂଗୀତ ଗାନ କରିଥିଲେ । ରାଷ୍ଟ୍ରଦୀପର ବ୍ୟବସ୍ଥା ପ୍ରମୁଖ ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବିଭାଗ ବ୍ୟବସ୍ଥା ପ୍ରମୁଖ କୁଳମଣି ପ୍ରଧାନ, ପରିଚାଳକ ଜ୍ୟୋତି ପ୍ରକାଶ ମିଶ୍ର, ସହ ସମ୍ପାଦିକା ପ୍ରଜ୍ଞା ପରିମିତା ଆଚାର୍ଯ୍ୟ, କୋଷାଧ୍ୟକ୍ଷ ଆଶୁତୋଷ ମହାପାତ୍ର, କରୁଣାକର ସ୍ୱାଇଁ, ବିକ୍ରମ ରାଉତ, ଅରଜିତ ପାଣ୍ଡେ, ଗଣନାଥ ଲେଙ୍କା ଆଦି ସମସ୍ତ କାର୍ଯ୍ୟକର୍ତା ସହଯୋଗ କରିଥିଲେ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବହୁ ବରିଷ୍ଠ ଅଧିକାରୀ ଓ କାର୍ଯ୍ୟକର୍ତା, ସମାଜସେବୀ, ଲେଖକ, ସାହିତ୍ୟିକ, ବୁଦ୍ଧିଜୀବୀ ତଥା ରାଷ୍ଟ୍ରଦୀପ ପରିଚାଳନା ସମିତିର ସମସ୍ତ କାର୍ଯ୍ୟକର୍ତା ଏବଂ ରାଷ୍ଟ୍ରଦୀପର ଶୁଭେଚ୍ଛୁମାନେ ଉପସ୍ଥିତ ରହି ସଭାକୁ ସାଫଲ୍ୟମଣ୍ଡିତ କରିଥିଲେ । ଶେଷରେ ରାଷ୍ଟ୍ରଦୀପ ପରିଚାଳନା ସମିତିର ସମ୍ପାଦକ ସତ୍ୟନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *