ଭୁଟାନ ରାଜା ଜିଗ୍‌ମେ ଖେସର ନାମଗେଲ୍‌ ୱାଙ୍ଗଚୁକ୍‌ ମଙ୍ଗଳବାର ମହାକୁମ୍ଭ ମେଳାର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି

ନୂଆଦିଲ୍ଲୀ: ଭୁଟାନ ରାଜା ଜିଗ୍‌ମେ ଖେସର ନାମଗେଲ୍‌ ୱାଙ୍ଗଚୁକ୍‌ ମଙ୍ଗଳବାର ମହାକୁମ୍ଭ ମେଳାର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି।  ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କୁମ୍ଭମେଳାରେ ପହଞ୍ଚିବାପରେ ଉଭୟ ସେଠାରେ ବୁଡ଼ ପକାଇଥିଲେ। ବିମାନବନ୍ଦରରେ ପହଞ୍ଚିବା ସମୟରେ ଭୁଟାନର ପାରମ୍ପରିକ ପୋଷାକ ପିନ୍ଧିଥିବା କିଙ୍ଗ ୱାଙ୍କଚୁକ୍‌ ପରେ ପୋଷାକ ବଦଳାଇ ଏକ ଗେରୁଆ ରଙ୍ଗର କୁର୍ତ୍ତା ପିନ୍ଧି ସଙ୍ଗମରେ ପହଞ୍ଚିଥିଲେ।  ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ  ଯୋଗୀ ଆଦିତ୍ୟନାଥଙ୍କ ସହ ଆଜି ଉତ୍ତରପ୍ରଦେଶ କ୍ୟାବିନେଟ୍‌ ମନ୍ତ୍ରୀ ସ୍ବତନ୍ତ୍ର ଦେବ ସିଂହ ଏବଂ ନନ୍ଦ ଗୋପାଳ ଗୁପ୍ତା ଥିଲେ।  ଯୋଗୀ ଏହି ଅବସରରେ ଭୁଟାନ ରାଜାଙ୍କୁ ପବିତ୍ର ବୁଡ଼ ଏବଂ ଧାର୍ମିକ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ବତାଇଥିଲେ।

Leave a Reply

Your email address will not be published. Required fields are marked *