ରାହୁଲଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ କାର୍ଯ୍ୟାନୁଷ୍ଠାନ ଦାବି କଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ବିଜେପି ସାଂସଦ ନିଶିକାନ୍ତ ଦୁବେ ମଙ୍ଗଳବାର ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ନିକଟଙ୍କୁ ଚିଠି ଲେଖିଛନ୍ତି ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଅନୁରୋଧ କରିଛନ୍ତି। ବିଜେପି ସାଂସଦ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ସାଂସଦ କେବଳ ଲଜ୍ଜାହୀନ ଭାବେ ଐତିହାସିକ ତଥ୍ୟକୁ ବିକୃତ କରିନାହାନ୍ତି ବରଂ ଆମ ଦେଶକୁ ଅଟ୍ଟହାସ୍ୟ କରିବାପାଇଁ ଏବଂ ଆମ ଦେଶର ଜନତାଙ୍କ ସମ୍ମାନ ହାନି କରିବାପାଇଁ ଉଦ୍ୟମ କରିଛନ୍ତି। ଉଲ୍ଲେଖଯୋଗ୍ୟ, ‌ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗତକାଲି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ କହିଥିଲେ ଯେ ଚୀନ୍‌ ଏବେ ଭାରତ ଭିତରେ ପ୍ରବେଶ କରି ସାରିଛି ଏବଂ ଭାରତୀୟ ସେନା ମୁଖ୍ୟ ଏକଥା କହିଛନ୍ତି। ତେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ରାହୁଲଙ୍କର ଏହି ଟିପ୍ପଣୀ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ରାହୁଲ ଗାନ୍ଧୀ ସେନାମୁଖ୍ୟଙ୍କ ଟିପ୍ପଣୀକୁ ନେଇ ମିଥ୍ୟା ଅଭିଯୋଗ କରୁଛନ୍ତି ।

Leave a Reply

Your email address will not be published. Required fields are marked *