ଜାତୀୟସ୍ତରୀୟଟାଏକୋଣ୍ଡୋ ପ୍ରତିଯୋଗିତା
ସ୍ଵର୍ଣ୍ଣ ଆଣିଲେ କେନ୍ଦୁଝରର ଅଦମ୍ୟ
କେନ୍ଦୁଝର ସଦର/ କେନ୍ଦୁଝରଗଡ଼: ଟାଏକୋଣ୍ଡୋ ଫେଡ଼େରେସନ ଅଫ ଇଣ୍ଡିଆ ଆନୁକୁଲ୍ୟରେ ତେଲେଙ୍ଗାନା, ହାଇଦ୍ରାବାଦର କୋଟଲା ବିଜୟ ଭାସ୍କର ରେଡ୍ଡୀ ଇନଡୋର ଷ୍ଟାଡ଼ିୟମରେ ୪୦ତମ ସିନିୟର ଓ ସପ୍ତମ କ୍ୟାଡେଟ କ୍ୟାରୁଗି ଏବଂ ପୁମସେ ଜାତୀୟ ଟାଏକୋଣ୍ଡୋ ଚାମ୍ପିଅନସିପ ୨୦୨୫ ଗତ ମାସ ୨୭ ରୁ ୩୦ ତାରିଖ ଯାଏ ୪ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ଜାତୀୟ ସ୍ତରୀୟ ଖେଳରେ ଯୁବ ଟାଏକଣ୍ଡୋ ଖେଳାଳି ଅଦମ୍ୟ ଅରିଜିତ ରାୟ ନିଜର ଦକ୍ଷତା ପ୍ରଦର୍ଶନ କରି ୧୪ ବର୍ଷରୁ କମ କ୍ୟାଡେଟ ଏକକ ପୁମସେ ପ୍ରତିଯୋଗିତାରେ ଓଡିଶା ରାଜ୍ୟ ତରଫରୁ ପ୍ରତିନିଧିତ୍ବକରି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି । ଉଲ୍ଲେଖନୀୟ ପ୍ରଦର୍ଶନ ଦ୍ବାରା ସେ ୨୦୨୨-୨୩ ମସିହାରେ ରାଜସ୍ଥାନର କୋଟା ଠାରେ, ୨୦୨୩- ୨୪ ମସିହାରେ ଉତ୍ତରାଖଣ୍ଡର ଡେରାଡୁନ ଠାରେ ଓ ଚଳିତ ବର୍ଷ ହାଇଦ୍ରାବାଦ ଠାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ ନିଜ ବିଭାଗରେ ସ୍ଵର୍ଣ୍ଣ ପଦକ ହାସଲ କରି ହ୍ୟାଟ୍ରିକ ଲାଭ କରିଛନ୍ତି। ବିଗତ ୩ ବର୍ଷ ଧରି ରାଜ୍ୟ ଏବଂ ଜାତୀୟ ସ୍ତରରେ କେନ୍ଦୁଝର ଜିଲ୍ଲା ପାଇଁ ଗୌରବ ହାସଲ କରି ଆସୁଛନ୍ତି । ଅଦମ୍ୟ କେନ୍ଦୁଝର ଜିଲାରେ ଥିବା ଫ୍ୟାସନ ଟାଏକୋଣ୍ଡୋ ଏକାଡେମୀରେ ଆନ୍ତର୍ଜାତୀୟ ଟାଏକୋଣ୍ଡୋ ମାଷ୍ଟର ମୌଳିନ୍ଦୁ କୁମାର ମହାନ୍ତ ଓ କନିଷ୍ଠ ପ୍ରଶିକ୍ଷକ ଶ୍ରୀ ରୋହିତ ପ୍ରସାଦଙ୍କ ତତ୍ତ୍ୱାବଧାନରେ ଟାଏକୋଣ୍ଡ ପ୍ରଶିକ୍ଷଣ ଲାଭ କରୁଛନ୍ତି । ସେ ରବୀନ୍ଦ୍ର ବିଦ୍ୟା ନିକେତନ, କେନ୍ଦୁଝର ର ୭ମ ଶ୍ରେଣୀର ଛାତ୍ର ଅଟନ୍ତି । ଏହି ସଫଳତାରେ ଓଡିଶା ଟାଏକୋଣ୍ଡୋ ଆସୋସିଏସନର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ, ଅଦମ୍ୟଙ୍କ ସହ ତାଙ୍କର ପ୍ରଶିକ୍ଷକ ମୌଳିନ୍ଦୁ କୁମାର ମହାନ୍ତ ଓ ରୋହିତ ପ୍ରସାଦଙ୍କୁ ଅଶେଷ ଶୁଭେଚ୍ଛା ଜ୍ଞାପନ କରିଛନ୍ତି