ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ କଟକ ଜିଲ୍ଲା ଆନୁକୁଲ୍ୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ

ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ କଟକ ଜିଲ୍ଲା ଆନୁକୁଲ୍ୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ କଟକ ସିଟି କଲେଜ ସ୍ଥିତ ପଡ଼ିଆରେ ଅନୁଷ୍ଠିତ ହୋଇ ଯାଇଅଛି। ଶତାଧିକ ସ୍ଵୟଂ ସେବକ ପୂର୍ଣ୍ଣ ଗଣବେଶରେ ପଥ ସଂଚଳନ କରିଥିଲେ । ଏହାପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ଡକ୍ଟର ମନୋରଞ୍ଜନ ମହାପାତ୍ର ଯୋଗଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ପୂର୍ବପ୍ରାନ୍ତର ସହପ୍ରାନ୍ତ କାର୍ଯ୍ୟବାହ ଇଂ. ସୁଦର୍ଶନ ଦାସ ନେତାଜୀ ସୁବାଷ ବୋଷ ଏବଂ ସୁରେନ୍ଦ୍ର ସାଏ ଙ୍କ ନେତୃତ୍ୱରେ ଇଂରେଜ ବିରୋଧୀ ବିଭିନ୍ନ ବିଦ୍ରୋହ ଓ ଜୀବନୀ ଉପରେ ନିଜର ମନ୍ତବ୍ୟ ରଖିଥିଲେ। ମୁଖ୍ୟ ଅତିଥି ଡକ୍ଟର ମହାପାତ୍ର,ବ୍ୟକ୍ତି ନିର୍ମାଣ ଉପରେ ନିଜର ମନ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମକୁ କଟକ ଜିଲ୍ଲା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର କାର୍ଯ୍ୟବାହ ଲଳିତ କୁମାର ପ୍ରଧାନ ପରିଚାଳନା କରିଥିଲେ । ଆଜିର କାର୍ଯ୍ୟକ୍ରମରେ ଶତାଧିକ ଶୁଭେଚ୍ଛୁ ଉପସ୍ଥିତ ଥିଲେ । କଟକ ଜିଲ୍ଲାର ସଂଘଚାଳକ ବିପିନ ବିହାରୀ ରାଉତ୍ ଏଥିରେ ଅଧ୍ୟକ୍ଷତା କରିଥିଲେ । ପଥ ସଂଚଳନକୁ ରାଜ ରାସ୍ତାର ଦୁଇ କଡ଼ରେ ଉପସ୍ଥିତ ହୋଇ ଜନସାଧାରଣ ପୁଷ୍ପବର୍ଷା ଦ୍ଵାରା ସ୍ବାଗତ କରିଥିଲେ ।

Leave a Reply

Your email address will not be published. Required fields are marked *