ଦୁଇ ମହାନ କ୍ରାନ୍ତିକାରୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ବାଲେଶ୍ୱର ତରଫରୁ ଭବ୍ୟ ପଥ ସଞ୍ଚଳନ ଓ ଶାରିରୀକ ପ୍ରଦର୍ଶନ କାର୍ଯ୍ୟକ୍ରମ

ଆରଏସଏସର ଭବ୍ୟ ପଥ ସଂଚଳନ ଓ ଶାରୀରିକ ପ୍ରଦର୍ଶନ
ସମାଜରୁ ଭେଦଭାବ ଦୂର କରି ସର୍ବ ବ୍ୟାପି ସର୍ବସ୍ପର୍ଶୀ ହେବା
ବାଲେଶ୍ୱର, ୨୩।୧: ଗର୍ବ ଓ ଗୌରବର ଗାଥା ବହନ କରୁଥିବା ଭାରତବର୍ଷର ଦୁଇ ମହାନ କ୍ରାନ୍ତିକାରୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ବାଲେଶ୍ୱର ତରଫରୁ ଭବ୍ୟ ପଥ ସଞ୍ଚଳନ ଓ ଶାରିରୀକ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପରମିଟ ପଡ଼ିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସଂଘଚାଳକ ଶୁଭ୍ରାଂଶୁ ଶେଖର ଦାସମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏସିଆର ବିଶିଷ୍ଟ ଶିକ୍ଷାବିତ ତଥା ପରିବେଷବିତ ପ୍ରଫେସର ଡ. ଅଶୋକ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥିଭାବେ , ଆରଏସଏସର ସହପ୍ରାନ୍ତ ବୌଦ୍ଧିକ ପ୍ରମୁଖ ବିଶ୍ୱମ୍ଭର ପାଣି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ବାଲେଶ୍ୱର ଜିଲ୍ଲା କାର୍ଯ୍ୟବାହ ବିଜୟ କୁମାର ଦାସ ଅତିଥି ପରିଚୟ କରିଥିଲେ।

ବର୍ତ୍ତମାନ ପରିବେଶ ବିଷୟରେ ସମସ୍ତେ ଚିନ୍ତା କରିବାର ସମୟ ଆସିଯାଇଛି। ମନୁଷ୍ୟ ସମାଜକୁ ସ୍ଵସ୍ଥ ରହିବାକୁ ହେଲେ ଆମକୁ ପରିବେଶକୁ ରକ୍ଷା କରିବାକୁ ପଡିବ ବୋଲି ମୁଖ୍ୟ ଅତିଥି ଡ. ପାଣିଗ୍ରାହୀ କହିଥିଲେ ।

ମୁଖ୍ୟ ବକ୍ତା ଶ୍ରୀ ପାଣି ଦୁଇ ମହାପୁରୁଷଙ୍କର ଜୀବନ କିପରି ରାଷ୍ଟ୍ର କାର୍ଯ୍ୟରେ ସମର୍ପିତ ହୋଇଥିଲା ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଏହି ବର୍ଷ ତାର ଶତବାର୍ଷିକୀ ପାଳନ କରିବାକୁ ଯାଉଛି। ଏହା ସଂଘ ପାଇଁ ଉତ୍ସବର ସମୟ ନୁହେଁ ବରଂ ସାଧନା ଓ ଅଧିକ ପରିଶ୍ରମ କରିବାର ବେଳ । ସଂଘ ସର୍ବଦା ସାମାଜିକ ପରିବର୍ତ୍ତନ କାର୍ଯ୍ୟ କରିଚାଲିଛି । ଶତାବ୍ଦୀ ବର୍ଷରେ ସମାଜର ଭେଦଭାବ ଦୂର କରିବା ପାଇଁ ସଂଘର ସାମାଜିକ ସମରସତା ବିଭାଗ, ପରିବେଶ ସୁରକ୍ଷା ଦୃଷ୍ଟିରୁ ଜଳ, ବୃକ୍ଷରୋପଣ, ପଲିଥିନ ମୁକ୍ତ ସମାଜ ପାଇଁ ପର୍ଯ୍ୟାବରଣ ବିଭାଗ, ସୁବ୍ୟବସ୍ଥିତ ଆଦର୍ଶ ପରିବାର ହେତୁ କୁଟୁମ୍ବ ପ୍ରବୋଧନ ବିଭାଗ, ‘ସ୍ୱ’ର ପ୍ରତ୍ୟାବର୍ତ୍ତନକୁ ଆଧାର କରି ସ୍ବଦେଶୀ ଭାବ ଜାଗରଣ ହେତୁ ସ୍ବଦେଶୀ ଜାଗରଣ ମଞ୍ଚ ମାଧ୍ୟମରେ କାର୍ଯ୍ୟ କରିଆସୁଛି। ଶତାବ୍ଦୀ ପ୍ରାରମ୍ଭରେ ପଞ୍ଚ ପରିବର୍ତ୍ତନର ଆହ୍ୱାନ ଭାବେ ( ୧) ସ୍ବଦେଶୀ ବିଚାର, (୨) ନାଗରିକ କର୍ତ୍ତବ୍ୟ, (୩) ପର୍ଯ୍ୟାବରଣ ସଂରକ୍ଷଣ (୪) କୁଟୁମ୍ବ ପ୍ରବୋଧନ (୫) ସାମାଜିକ ସମରସତାର ବାର୍ତ୍ତାକୁ ପ୍ରତି ବ୍ୟକ୍ତି ପାଖରେ ପହଞ୍ଚାଇବାକୁ ପ୍ରତ୍ୟେକ ସ୍ୱୟଂସେବକ ଚେଷ୍ଟା କରିବେ ବୋଲି ଅତିଥିମାନେ କହିଥିଲେ।
ଏହା ପୂର୍ବରୁ ଏକ ହଜାରରୁ ଉର୍ଦ୍ଧ ସ୍ୱୟଂସେବକ ମାନଙ୍କର ଏକ ଭଵ୍ୟ ପଥ ସଞ୍ଚଳନ ପାତ୍ରପଡା ମନ୍ଦିରବାଡ଼ିରୁ ବାହାରି ସହର ପରିକ୍ରମା କରି ପରମିଟ ପଡ଼ିଆରେ ପହଞ୍ଚିଥିଲା । ସେଠାରେ ସ୍ୱୟଂସେବକ ମାନଙ୍କ ଦ୍ୱାରା ଚିତ୍ତାକର୍ଶକ ଶାରିରୀକ( ଯୋଗାସନ, ଦଣ୍ଡ, ବ୍ୟାୟାମଯୋଗ, ସାମୁହିକ ସମତା ସହ ଘୋଷ ବାଦ୍ୟ) ପ୍ରଦର୍ଶନ ହୋଇଥିଲା । କାର୍ଯ୍ୟକ୍ରମକୁ ଜିଲ୍ଲା ସାରିରୀରିକ ଶିକ୍ଷଣ ପ୍ରମୁଖ ସୁଶାନ୍ତ ମହାର୍ଣ୍ଣା, ବାଲେଶ୍ୱର ନଗର କାର୍ଯ୍ୟବାହ ରମେଶ ମହାକୁଡ଼, ସହ ଜିଲ୍ଲା ଶାରୀରିକ ଶିକ୍ଷଣ ପ୍ରମୁଖ ସୁଶାନ୍ତ ଭାଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଭଳି ଭଵ୍ୟ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ବାଲେଶ୍ୱରର ବୁଦ୍ଧିଜୀବୀ, ସ୍ଥାନୀୟ ବ୍ୟକ୍ତି, ମାତୃ ମଣ୍ଡଳୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *