Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପୂର୍ବତନ ପ୍ରାନ୍ତ ସଂଘଚାଳକ ଶିବରାମ ମହାପାତ୍ରଙ୍କ ବିୟୋଗରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପୂର୍ବପ୍ରାନ୍ତର ଶୋକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପୂର୍ବତନ ପ୍ରାନ୍ତ ସଂଘଚାଳକ ଶିବରାମ ମହାପାତ୍ରଙ୍କ ବିୟୋଗରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପୂର୍ବପ୍ରାନ୍ତର ଶୋକ

ପୂର୍ବତନ ପ୍ରାନ୍ତ ସଂଘଚାଳକ ଶିବରାମ ମହାପାତ୍ରଙ୍କ ବିୟୋଗରେ
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପୂର୍ବପ୍ରାନ୍ତର ଶୋକ
ଭୁବନେଶ୍ୱର,୨୨/୧: ଆମ ସମସ୍ତଙ୍କ ପାଇଁ ବଡ ଦୁଃଖର ବିଷୟ ଯେ, ଆମର ପ୍ରିୟ ବଡ ଭାଇନା ଆଉ ଆମ ପାଖରେ ନାହାଁନ୍ତି । ବଡ ଭାଇନା ଗତ ଜାନୁଆରୀ ୨୧ ତାରିଖ ରାତିରେ ଆମ ସମସ୍ତଙ୍କୁ ଛାଡି ପରଲୋକକୁ ଚାଲିଗଲେ । ତାଙ୍କର ବ୍ରହ୍ମପୁର ବାସଭବନକୁ ଅନ୍ତିମ ଦର୍ଶନ ପାଇଁ ସ୍ୱୟଂସେବକ ତଥା ଅନ୍ୟବ୍ୟକ୍ତିମାନେ ଛୁଟି ଚାଲିଥିଲେ ଏବଂ ତାଙ୍କର ଶେଷକୃତ୍ୟ ବ୍ରହ୍ମପୁରରେ ରାତିରେ ସମାପ୍ତ ହୋଇଥିଲା । ବଡ ଭାଇନା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଉତ୍କଳ ପ୍ରାନ୍ତର ପ୍ରାନ୍ତ ସଂଘଚାଳକ ଭାବେ ଅନେକ ବର୍ଷଧରି ଦାୟିତ୍ୱ ତୁଲାଇ ଥିଲେ । ତାପୂର୍ବରୁ ସେ ସହପ୍ରାନ୍ତ ସଂଘଚାଳକ ଓ ଗଞ୍ଜାମ ବିଭାଗର ବିଭାଗ ସଂଘଚାଳକ ଦାୟିତ୍ୱରେ ଥିଲେ । ବଡ ଭାଇନାଙ୍କର ପୁରା ନାଁ ହେଉଛି ଶ୍ରୀଯୁକ୍ତ ଶିବରାମ ମହାପାତ୍ର । ଓଡିଶାରେ ବିଖ୍ୟାତ ଗ୍ରନ୍ଥ ମନ୍ଦିର ପ୍ରକାଶନ ସଂସ୍ଥା ତିଆରି କରିଥିବା ପରିବାରର ସେ ଜଣେ ବରିଷ୍ଠ ସଦସ୍ୟ ଥିଲେ । ସେ ସାପ୍ତାହିକ ରାଷ୍ଟ୍ରଦୀପର ଜଣେ ନିୟମିତ ଲେଖକ ଥିଲେ । ସେ ସେଥିରେ କବିତା ଓ ପ୍ରବନ୍ଧମାନ ଲେଖୁଥିଲେ । ‘ବାର୍ତା ବିଳାସ’ନାମରେ ତାଙ୍କ ଲେଖାରେ ସେ ସୁନ୍ଦର ରମ୍ୟ ରଚନା ସୃଷ୍ଟି କରିଥିଲେ । ପ୍ରବାସ ସମୟରେ ବସ ନମିଳିଲେ ଥରେ ଦୁଇଥର ଟ୍ରକରେ ମଧ୍ୟ ଯିବା ଆସିବା କରିଦିଅନ୍ତି । ତାଙ୍କର ମିଷ୍ଠ ବ୍ୟବହାର ସମସ୍ତଙ୍କୁ ଆପ୍ୟାୟିତ କରୁଥିଲା । କାର୍ଯ୍ୟକର୍ତା ତାଙ୍କ ଘରକୁ ଗଲେ ସେ ଖାଇବାକୁ ନଦେଇ ଛାଡନ୍ତି ନାହିଁ । ପରିଣତ ବୟସରେ ମଧ୍ୟ ସେ ନିୟମିତ ପ୍ରବାସ କରୁଥିଲେ । ପୂଜନୀୟ ଶ୍ରୀଗୁରୁଜୀଙ୍କ ଶତବାର୍ଷିକୀ ପାଳନ ପାଇଁ ଯେଉଁ ପ୍ରାନ୍ତସ୍ତରୀୟ ସମିତି ତିଆରି ହୋଇଥିଲା, ତାହାର ସେ ଅଧ୍ୟକ୍ଷ ଥିଲେ । ଏହିଭଳି ବହୁମୁଖୀ ପ୍ରତିଭାର ଅଧିକାରୀ ଶ୍ରୀଯୁକ୍ତ ଶିବରାମ ଭାଇ ସ୍ୱର୍ଗପୁରକୁ ଗଲେ ସିନା ଓଡିଶାରେ ତାଙ୍କ ଛବି ଅମର ହୋଇ ରହିବ ।
ତାଙ୍କ ବିୟୋଗରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପୂର୍ବପ୍ରାନ୍ତର ପ୍ରାନ୍ତ ସଂଘଚାଳକ ସମୀର କୁମାର ମହାନ୍ତି ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

Leave a Reply