ସ୍ଵାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ମୋହନା ହାଇସ୍କୁଲ ପଡ଼ିଆ ଠାରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଖଣ୍ଡ ସମ୍ମିଳନୀରେ ୭୫ଟି ଗାଁରୁ ୩୪୬ ଜଣ ସ୍ବୟଂସେବକଙ୍କ ପଥ ସଂଚଳନ

ମୋହନା: ସ୍ଵାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ମୋହନା ହାଇସ୍କୁଲ ପଡ଼ିଆ ଠାରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସ୍ଏସ)ର ଖଣ୍ଡ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟବକ୍ତା ଭାବେ ଅଖିଳ ଭାରତୀୟ ସହ ଶାରୀରିକ ପ୍ରମୁଖ ଓ.କେ. ମୋହନ ଯୋଗ ଦେଇ ସଂଘ ମାଧ୍ୟମରେ ସମାଜ ପରିବର୍ତ୍ତନ ହେଉଛି ବୋଲି କହିଥିଲେ। ସଂଘ ଏକ ମନୁଷ୍ୟ ତିଆରି କାରଖାନା। ଧିରେ ଧିରେ ଦେଶ ପରିବର୍ତ୍ତନ ହେବା ସହ ସମାଜ ପରିବର୍ତ୍ତନ ହେଉଛି। ଏଣୁ, ଏହି ଲକ୍ଷ୍ୟରେ ଆଗକୁ ବଢ଼ିବା ସହ ସଂଘ ଦେଶ ବିକାଶରେ ସହଯୋଗୀ ସିଦ୍ଧ ହେବ ବୋଲି ମୋହନ ମତ ରଖିଥିଲେ ।
ମୋହନା ବ୍ଳକର ୭୫ଟି ଗାଁରୁ ୩୪୬ ଜଣ ସ୍ବୟଂସେବକ ଗଣବେଶ ପରିଧାନ କରି ଘୋଷବାଦ୍ୟ ସହ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରୁ ନଗର
ପରିକ୍ରମାରେ ବାହାରିଥିଲେ। ଖଣ୍ଡ କାର୍ଯ୍ୟବାହ ଯୋଗେନ୍ଦ୍ର ଦଲାଇଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବୁଦ୍ଧିଜୀବୀ ପ୍ରତାପ ପାତ୍ର, ଜନଜାତି ପ୍ରମୁଖ ରବୀନ୍ଦ୍ର ମଲ୍ଲିକ ଓ ବିଭାଗ କାର୍ଯ୍ୟବାହ ମନୋଜ ଚୌଧୁରୀ ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରାନ୍ତ ସହଶାରୀରିକ ପ୍ରମୁଖ ଅଶୋକ ରଣଜିତ, ବିଭାଗ ପ୍ରଚାରକ ବିଜୟ ସାମଲ, ବିଭାଗ ବୌଦ୍ଧିକ ପ୍ରମୁଖ ରବୀନ୍ଦ୍ର ପାତ୍ର, ବିଭାଗ ଶାରୀରିକ ପ୍ରମୁଖ ଅମୂଲ୍ୟ ପାତ୍ର, ସହ ଶାରୀରିକ ପ୍ରମୁଖ ନୀଳାଞ୍ଚଳ ପାଢ଼ୀ, ଜିଲ୍ଲା ବୌଦ୍ଧିକ ପ୍ରମୁଖ ବଙ୍ଗାଳି ଜାନି, ଜିଲ୍ଲା ପ୍ରଚାର ପ୍ରମୁଖ ବାବୁଲା ସେଠୀ, ଧର୍ମ ଜାଗରଣ ପ୍ରମୁଖ ପ୍ରଶାନ୍ତ ସୁବୁଦ୍ଧି ଉପସ୍ଥିତ ଥିଲେ। ଖଣ୍ଡ ଶାରୀରିକ ପ୍ରମୁଖ ସମ୍ପଦ ମଲିକ, ବୌଦ୍ଧିକ ପ୍ରମୁଖ ପଞ୍ଚାନନ ପାଇକ ଓ ଖଣ୍ଡ ଟିମ୍ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *