ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଖୋର୍ଦ୍ଧା ଶାଖା ପକ୍ଷରୁ ସ୍ଵାମୀ ବିବେକାନନ୍ଦଙ୍କ ଜୟନ୍ତୀ


ଖୋର୍ଦ୍ଧା: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଖୋର୍ଦ୍ଧା ଶାଖା ପକ୍ଷରୁ ସ୍ଵାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ସ୍ଥାନୀୟ ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ ପାଳିତ ଏହି କାର୍ଯ୍ୟକ୍ରମରେ ଏବିଭିପି ଖୋର୍ଦ୍ଧା ଜିଲ୍ଲା ପ୍ରମୁଖ ଶୈଳେନ୍ଦ୍ର ମିଶ୍ର ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଜୀବନରେ ନିଜର ଲକ୍ଷ୍ୟ ହାସଲ ପାଇଁ ପ୍ରେରଣା ଦେଇଥିଲେ । ଜିଲ୍ଲା ସଂଯୋଜକ ସୌମ୍ୟରଞ୍ଜନ ସାହୁ ଉପସ୍ଥିତ ରହି ବିଦ୍ୟାର୍ଥୀଙ୍କୁ ସଂଗଠିତ ହୋଇ ଅନେକ କାର୍ଯ୍ୟର ସମାଧାନୀ ସୂତ୍ର ବତାଇଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରୀତି ପଲ୍ଲବୀ ମହାପାତ୍ର, ପୁରୀ ବିଭାଗ ସହ ସଂଯୋଜକ ଶୋଭନ ରାଉତରାୟଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *