ଏବିଭିପି ପକ୍ଷରୁ ମାଗଣା ଶିକ୍ଷାଦାନ

ଏବିଭିପି ପକ୍ଷରୁ ମାଗଣା ଶିକ୍ଷାଦାନ
ନୀଳଗିରି: ନୀଳଗିରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ବିବେକାନନ୍ଦ ଜୟନ୍ତୀ ପରିପ୍ରେକ୍ଷୀରେ ମାଗଣାରେ ଶିକ୍ଷାଦାନ ଆରମ୍ଭ ହୋଇଛି। ସଂଗଠନର କର୍ମକର୍ତ୍ତା ପହଞ୍ଚି ସ୍ଥାନୀୟ ନୀଳଗିରି ସହରରେ ଥିବା ଗୁଡ଼ିଖାଣିଆ ବସ୍ତିରେ ପିଲାମାନଙ୍କୁ ‘ପାରିଷଦ କୀ ପାଠଶାଳା’ କାର୍ଯ୍ୟକ୍ରମ ମାଧ୍ୟମରେ ଖାତା, କଲମ, ମିଷ୍ଟାନ୍ନ ପ୍ରଦାନ କରିବା ସହିତ ବିନା ମୂଲ୍ୟରେ ପାଠ ପଢାଇଥିଲେ। ଏହି ଅବସରରେ ବିବେକାନନ୍ଦଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ବିବେକାନନ୍ଦଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏମିତି ମାଗଣା ଶିକ୍ଷାଦାନ ଜାରି ରଖିବାକୁ କର୍ମକର୍ତ୍ତାମାନେ ଶପଥ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀ ପରିଷଦର ନଗର ସହସମ୍ପାଦକ ରାହୁଲ ନାୟକ, ଗୋପୀବଲ୍ଲଭ ରାଉତ, ସ୍ଵୟଂଶୁ ସାମଲ, ଏନ୍. ଦିବ୍ୟଜ୍ୟୋତି, ସାଇ ସତ୍ୟପ୍ରକାଶ ବାରିକ, ଆଶିଷ ଜେନା, ସଞ୍ଜୟ ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave a Reply