Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଉତ୍କଳ ବିପନ୍ନ ସହାୟତା ସମିତି ତରଫରୁ ରକ୍ତଦାନ ଶିବିର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଉତ୍କଳ ବିପନ୍ନ ସହାୟତା ସମିତି ତରଫରୁ ରକ୍ତଦାନ ଶିବିର

ଓଲଟପୁର-ସ୍ୱାମୀ ବିବେକାନନ୍ଦ ଜୟନ୍ତୀକୁ ସେବା ଦିବସ ଭାବେ ପାଳନ କରି ଶୁଶ୍ରୁତ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ର, ଆରୋଗ୍ୟ ଭବନ , ଓଲଟପୁର ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିର ରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ହସ୍ପିଟାଲ ର CMD ଶ୍ରୀମତୀ ସାଲିନ କୋଥାକୋଣ୍ଡା, ସମ୍ମାନିତ ଅତିଥି ଭାବେ neurology dpt., ସମ ହସ୍ପିଟାଲ ର ପ୍ରଫେସର ଡାକ୍ତର ଲୁଲୁପ କୁମାର ସାହୁ, ମୁଖ୍ୟବକ୍ତା ଭାବରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ର ପୂର୍ବ ପ୍ରାନ୍ତର ପ୍ରାନ୍ତ ସେବା ପ୍ରମୁଖ ଶ୍ରୀମାନ ଶାନ୍ତନୁ କୁମାର ମାଝୀ, ଉତ୍କଳ ବିପନ୍ନ ସହାୟତା ସମିତି ର ସଭାପତି ଇଂ. ଶ୍ରୀଯୁକ୍ତ ଅକ୍ଷୟ କୁମାର ବିଟ ଉପସ୍ଥିତ ରହି ଦୀପ ପ୍ରଜ୍ବଳନ କରି ଶିବିରକୁ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ସାଲିନ କୋଥାକୋଣ୍ଡା ସମାଜରେ ପ୍ରତିବ୍ୟକ୍ତି ସେବା କରିବା ଦ୍ୱାରା ସମାଜ ପରିବର୍ତ୍ତନ ହୋଇପାରିବ ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଡାକ୍ତର ସାହୁ ବିବେକାନନ୍ଦଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଈ ସମାଜରେ ରହୁଥିବା ଅବହେଳିତ, ବଞ୍ଚିତ, ଅଭାବ ଗ୍ରସ୍ତ, ଶୋଷିତ ବ୍ୟକ୍ତିମାନଙ୍କୁ ସହଯୋଗ କରିବା ସହିତ ହସ୍ପିଟାଲ ମାନଙ୍କରେ ସେମାନଙ୍କ ପାଖରେ ପହଂଚି ରକ୍ତ ଦେବାରେ ସହଯୋଗ କରିପାରିଲେ ସମାଜ ପରିବର୍ତ୍ତନ ରେ ସହାୟ ହୋଇପାରିବ। ରକ୍ତର କୌଣସି ବିକଳ୍ପ ନାହିଁ, ପ୍ରତି ବ୍ୟକ୍ତି ରକ୍ତଦାନ କରିବା ଦ୍ୱାରା ନିଜେ ସୁସ୍ଥ ରହିବା ସହିତ ସୁସ୍ଥ ସମାଜ ଗଠନ ରେ ସହାୟକ ହୋଇପାରିବେ। ମୁଖ୍ୟବକ୍ତା ଶ୍ରୀମାନ ମାଝୀ କହିଥିଲେ ବିବେକାନନ୍ଦ ଙ୍କର ବାଲ୍ୟ ଜୀବନ କାଳଠାରୁ ପରିବର୍ତ୍ତନ ର ଛବି ଦେଖିବାକୁ ମିଳୁଥିଲା। ପ୍ରତିବ୍ୟକ୍ତି ଏକ ଜୀବନ, ଏକ ଧେୟ ସ୍ଥିର କରିପାରିଲେ ସମାଜ ଗଠନ ରେ ଉପଯୋଗୀ ହେବ। ସ୍ୱାମୀ ବିବେକାନନ୍ଦ ଏକ ବ୍ୟକ୍ତି ନଥିଲେ, ଏକ ଆଦର୍ଶ ଥିଲେ। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିପାରିଲେ ସମାଜ ଗଠନରେ ସହାୟ ହୋଇପାରିବ । Ubss ର ସଭାପତି ଶ୍ରୀଯୁକ୍ତ ବିଟ, ubss ର ଓଡିଶା ପ୍ରଦେଶ ରେ ଚାଲିଥିବା ସେବା ପ୍ରକଳ୍ପର ଆଲୋକପାତ କରିଥିଲେ। ଏହି ଶିବିର କୁ ଶୁଶ୍ରୁତ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ର ର ପ୍ରାନ୍ତ ସଂଯୋଜକ ଶ୍ରୀଯୁକ୍ତ ରୁଦ୍ରନାରାୟଣ ମହାପାତ୍ର ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ubss ର ସଦସ୍ୟ ଶ୍ରୀ ସତ୍ୟଶୋଭନ ମିଶ୍ର ଏବଂ ଶୁଶ୍ରୁତ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ର ର ସଦସ୍ୟ ଶ୍ରୀଯୁକ୍ତ ବିଶ୍ୱଜିତ ପରିଡା ରାଷ୍ଟ୍ରୀୟ ସ୍ୱାୟଂସେବକ ସଂଘ ର କଣ୍ଟାପଡା ଖଣ୍ଡ କାର୍ଯ୍ୟବାହ ଶ୍ରୀଯୁକ୍ତ କିଶୋର କୁମାର, କେନ୍ଦ୍ରର ସସହାୟ ପ୍ରିୟବ୍ରତ ପ୍ରଧାନ ଉପସ୍ଥିତ ରହି ରକ୍ତଦାନ କୁ ଉତ୍ସ୍ରାହିତ କରିଥିଲେ। ପରିଶେଷରେ କେନ୍ଦ୍ର ର ସଂଯୋଜକ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ କରାଯାଇଥିଲେ। ଏହି ରକ୍ତଦାନ ଶିବିର ରେ ୩୭unit ରକ୍ତ ସଂଗ୍ରହ କରାଯାଇ redcross, କଟକ କୁ ହସ୍ତାନ୍ତର କରାଯାଇଥିଲା।

Leave a Reply