ରାଷ୍ଟ୍ରୀୟ ସୟଂସେବକ ସଂଘ କେନ୍ଦୁଝର ଜିଲ୍ଲା ସମ୍ମିଳନୀ


କେନ୍ଦୁଝର ସଦର: ଭାରତ ବର୍ଷର ମହାନ ଯୁଗ ପ୍ରବର୍ତ୍ତକ ‘ସ୍ଵାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କେନ୍ଦୁଝର ଜିଲାର ଏକ ଶାରୀରିକ ପ୍ରଦର୍ଶନ ଯୁକ୍ତ ଜିଲା ସମ୍ମିଳନୀ କେନ୍ଦୁଝର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଡ଼ାକ୍ତର ପୁରୁଷୋତ୍ତମ ମହାନ୍ତ ଯୋଗ ଦେଇ ସମାଜର ବିଭିନ୍ନ ସେବା କାର୍ଯ୍ୟରେ ଅଧିକ ଯୋଗଦାନ ପାଇଁ ଆହ୍ବାନ ଦେଇଥିଲେ। ଓଡିଶା ପୂର୍ବ ପ୍ରାନ୍ତର ସହପ୍ରାନ୍ତ ପ୍ରଚାରକ ଅସିତ କୁମାର ସାହୁ ଆରଏସଏସର ଶତାବ୍ଦୀ ଯାତ୍ରା ସମ୍ପର୍କରେ ବକ୍ତବ୍ୟ ରଖି ସଂଘ ଶାଖାକୁ ସର୍ବସ୍ପର୍ଶୀ ଓ ସର୍ବବ୍ୟାପୀ କରିବାକୁ ସ୍ଵୟଂସେବକମାନଙ୍କୁ ଆହ୍ଵାନ ଦେଇଥିଲେ। ଜିଲା ସଂଘଚାଳକ ଭାଗୀରଥି ପୃଷ୍ଟିଙ୍କ ସହିତ ଜିଲା କାର୍ଯ୍ୟବାହ ବିନୋଦ ବିହାରୀ ମହାନ୍ତ ମଞ୍ଚାସୀନ ହୋଇ ଜିଲାର ସମସ୍ତ ଖଣ୍ଡ ନଗରସ୍ତରର ଜିଲା ସମ୍ମିଳନୀରେ ଅଂଶ ଗ୍ରହଣ କରିଥିବା ଶିବିରାର୍ଥୀ ମାନଙ୍କର ଶାରୀରିକ ପ୍ରଦର୍ଶନକୁ ନିରୀକ୍ଷଣ କରିଥିଲେ । ଆଗାମୀ ଦିନରେ ପ୍ରତି ଖଣ୍ଡ ନଗରରୁ ଗ୍ରାମ ଓ ବସତିସ୍ତରରେ ଶାଖା କାର୍ଯ୍ୟର ବିସ୍ତାର ଓ ଦୃଢୀକରଣ ନିମନ୍ତେ ଏହି ଜିଲା ସମ୍ମିଳନୀରେ ଯୋଜନା ହୋଇଛି। ପଲିଥିନ ବର୍ଜନ, ସ୍ବଦେଶୀ ଜାଗରଣ, କୁଟୁମ୍ବ ପ୍ରବୋଧନ ସହିତ ନାଗରିକ କର୍ତ୍ତବ୍ୟକୁ ସୁଚାରୁରୂପେ ପାଳନ କରିବାକୁ ସ୍ବୟଂସେବକ ମାନେ ସମାଜରେ ଜାଗରଣ ସୃଷ୍ଟି କରିବାକୁ ନିବେଦନ କରାଯାଇଥିଲା।

Leave a Reply

Your email address will not be published. Required fields are marked *