Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଓଡ଼ିଶାରୁ ପ୍ରୟାଗରାଜକୁ ଗଡ଼ିଲା ବସ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଓଡ଼ିଶାରୁ ପ୍ରୟାଗରାଜକୁ ଗଡ଼ିଲା ବସ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାରୁ ପ୍ରୟାଗରାଜକୁ ଗଡ଼ିଲା ବସ୍। ରାଜ୍ୟର ବିଭିନ୍ନ ସ୍ଥାନରୁ ଅଯୋଧ୍ୟାକୁ ବସ୍ ଚଳାଚଳ  ଆରମ୍ଭ କରିଛି। ଏହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିସି ଯୋଗେ ଉଦଘାଟନ କରିଛନ୍ତି। ଆଗକୁ ଲୋକଙ୍କ ଚାହିଦାକୁ ଦେଖି ବସ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶାର ୫ଟି ଜିଲ୍ଲାରୁ ବସ୍ ସେବା ଆରମ୍ଭ ହୋଇଛି। ପୁରୀ, ଭୁବନେଶ୍ବର, ସମ୍ବଲପୁର, ବ୍ରହ୍ମପୁର ଓ ଭବାନିପାଟଣାରୁ ଏହି ବସସେବା ହୋଇଛି। ଏହାକୁ ଲୋକେ ସ୍ବାଗତ କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏଣେ ଜାନୁଆରି ୧୩ରୁ ଫେବ୍ରୁଆରି ୨୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ମହାକୁମ୍ଭ ୨୦୨୫ ଆୟୋଜନ ପାଇଁ ପ୍ରୟାଗରାଜ ପ୍ରସ୍ତୁତ। ସାମୂହିକ ଧାର୍ମିକ ସମାବେଶରେ କୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ଉତ୍ତରପ୍ରଦେଶ ପୁଲିସ ଏକ ସାତସ୍ତରୀୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରୁଛି। ମହାକୁମ୍ଭମେଳାକୁ ସୁରୁଖୁରୁରେ ଓ ସୁରକ୍ଷିତ ଭାବେ ପରିଚାଳନା କରିବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ଚେକିଂ ଅଭିଯାନ ଆରମ୍ଭ କରାଯାଇଛି। ସୁରକ୍ଷା ବଢ଼ାଇବା ପାଇଁ ୨,୭୦୦ରୁ ଅଧିକ ଏଆଇ-ସକ୍ଷମ କ୍ୟାମେରା ମଧ୍ୟ ଲଗାଯାଇଛି।
ମହାକୁମ୍ଭ ପାଇଁ ରାଜ୍ୟ ସରକାର ୧୨୫ଟି ରୋଡ୍ ଆମ୍ବୁଲାନ୍ସ ଓ ୭ଟି ରିଭର ଆମ୍ବୁଲାନ୍ସ ନିୟୋଜିତ କରିଛନ୍ତି। ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି, ୧୨୫ଟି ରୋଡ୍ ଆମ୍ବୁଲାନ୍ସରେ ୧୫ଟି ଆଡଭାନ୍ସ ଲାଇଫ୍ ସପୋର୍ଟ (ଏଏଲ୍ଏସ୍) ବ୍ୟବସ୍ଥା କରାଯାଇଛି। ଏଥିସହ ଏୟାର ଆମ୍ବୁଲାନ୍ସ ଓ ୭ଟି ରିଭର ଆମ୍ବୁଲାନ୍ସ ମଧ୍ୟ ମୁତୟନ କରାଯାଇଛି। ଯେକୌଣସି ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ସରକାର ଉପଯୁକ୍ତ ବ୍ୟବସ୍ଥା କରିଛନ୍ତି।

Leave a Reply