କେଶଦୁରାପାଳ: ଆନନ୍ଦପୁରର ବିଭିନ୍ନ ସାପ୍ତାହୀକ ହାଟରୁ ଗୋଲୁ ଚାଲାଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ପୁଲିସ ବା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନଥିବା ଅଭିଯୋଗ ହେଉଛି । ଆନନ୍ଦପୁର ବ୍ଲକ ଅନ୍ତର୍ଗତ ମୋଚିନ୍ଦା ଗୋରୁ ହାଟ ଓ ପୌରପରିଷଦ ଅନ୍ତର୍ଗତ ଫକୀରପୁର ଗୋରୁ ହାଟକୁ ପ୍ରଶାସନ ବନ୍ଦ କରିଥିବା ବେଳେ ଟୁକୁଣାଠାରେ ମଙ୍ଗଳବାର ଦିନ ସାପ୍ତାହୀକ ଗୋରୁ ହାଟ ଚାଲୁଛି। ଗୋରୁ ଗୁଡିକୁ ମୟୂରଭଞ୍ଜ ଜିଲାର ବେପାରୀମାନେ ଟୁକୁଣା ହାଟରୁ ସିଧାସଳଖ ଆନନ୍ଦପୁର ବୈତରଣୀ ନଦୀ ରିଙ୍ଗରୋଡ଼ ଦେଇ ଚଲାଇ ଚଲାଇ ନେଉଥିବା ଦେଖିବାକୁ ମିଳିଛି। ଡିସେମ୍ବର 31 ତାରିଖ ଦିନ ୫୩ଗୋଟି ଗୋରୁକୁ ଟୁକୁଣା ହାଟଠାରୁ ଚଲାଇ ଚଲାଇ ନେଉଥିବାରୁ ବେଳେ ସ୍ଥାନୀୟ ବଜରଙ୍ଗ ଦଳର ସଦସ୍ୟମାନେ ଗୋରୁ ବେପାରୀମାନଙ୍କୁ ବିଏନ, ହାଇସ୍କୁଲ ଖେଳ ପଡ଼ିଆ ନିକଟରେ ଅଟକାଇ ଥିଲେ । ସେମାନଙ୍କୁ ଗୋରୁ ହାଟ ରସିଦ ମାଗିଥିଲେ । ହେଲେ ରସିଦ ନଥୁବାର ଜାଣିବାକୁ ପାଇଥିଲେ। ଖବର ପାଇ ଆନନ୍ଦପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ରସିଦ ଦେଖାଇବା ପାଇଁ କହିବାରୁ ହାଟ ପରିଚାଳନା କରୁଥିବା କେତେଜଣ ସଭ୍ୟ ପହଞ୍ଚି ଗୋଟିଏ ରସିଦରେ ୫ଗୋଟି ଗାଈ ବିକ୍ରୀ କରାଯାଇଥିବାର ରସିଦ ଦେଖାଇଥିଲେ। ଜଣେ ବେପାରୀକୁ ପୁଲିସ ଅଟକ ରଖ୍ ଅନୁସନ୍ଧାର ଜାରି ରଖୁଥିବା ଜଣାଯାଇଛି। ବଜରଙ୍ଗ ଦଳ ପକ୍ଷରୁ ଗୋରୁ ଚାଲାଣ ବନ୍ଦ କରିବା ପାଇଁ ବିଭିନ୍ନ ସମୟରେ ଦାବି ହୋଇଆସୁଥିବା ବେଳେ ପ୍ରଶାସନ ଏଥପ୍ରତି ଦୃଷ୍ଟି ଦେଉ ନଥବାରୁ ଅସନ୍ତୋଷ ପ୍ରକାଶ ପାଉଛି।