ଗୋରୁ ବୋଝେଇ ପିକଅପ ଭ୍ୟାନ ଜବତ, ୨ ଅଟକ

ଲହୁଣୀପଡ଼ା :ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ ଫୁଲଝରରେ  ଡିସେମ୍ବର 31 ତାରିଖ ମଙ୍ଗଳବାର ଦିନ ବିଳମ୍ବିତ ରାତ୍ରିରେ ଏକ ବେନିୟମ ଗୋରୁ ବୋଝେଇ ପିକଅପ ଭ୍ୟାନକୁ ଧରିବା ସହ ଦୁଇଜଣ ଗୋ ଚାଲାଣଙ୍କୁ ପୁଲିସରେ ଜିମା ଦିଆଯାଇଥିବା ଜଣାପଡିଛି । ସୂଚନାରୁ ପ୍ରକାଶ ଯେ ଦୁଇଜଣ ବ୍ୟକ୍ତି ପିକଅପ ଭ୍ୟାନରେ ୪ଟିଗୋରୁ ବେନିୟମ ଭାବେ ନେଉଥିଲେ । କୌଣସି ସୂତ୍ରରୁ ଲହୁଣୀପଡ଼ା ଗୋରକ୍ଷକ ଦଳ ତାଙ୍କୁ ପିଛା କରି ମଙ୍ଗଳବାର ରାତି ପ୍ରାୟ ୧୨/୧ ଟାରେ ଫୁଲଝରରେ କାବୁ କରିବା ସହ ପଚରାଉଚୁରା କରିଥିଲେ। ଏ ସମ୍ପର୍କରେ ମହୁଲପଦା ଥାନାକୁ ସୂଚନା ଦେବାରୁ ପୁଲିସ ପହଞ୍ଚି ଉକ୍ତ ଗୋରୁ ବୋଝେଇ ପିକଅପ ଭ୍ୟାନ ଓ ୪ଟି ଗୋରୁକୁ ଉଦ୍ଧାର କରିବା ସହ ବେନିୟମ ଗୋରୁ ଚୋରାଚାଲାଣ କରୁଥିବା ବ୍ୟକ୍ତିଙ୍କୁ ପଚରାଉଚୁରା କରିଥିଲେ। ସୂଚନାଥାଉକି ଦେବଗଡ଼ ଜିଲା ବାରକୋଟ ଅଞ୍ଚଳରୁ ଉକ୍ତ ପିକଅପ ଭ୍ୟାନ ଯୋଗେ ୪ଟି ଗୋରୁକୁ ଫୁଲଝର ପଟ ଦେଇ କେନ୍ଦୁଝର ପଟେ ଚୋରାଚାଲାଣ କରୁଥିବା ଅଭିଯୋଗରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *