Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଓଡ଼ିଶା ସଂଗଠନ ଉପରେ ସାରା ଦେଶର ନଜର: ଆଶିଷ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଓଡ଼ିଶା ସଂଗଠନ ଉପରେ ସାରା ଦେଶର ନଜର: ଆଶିଷ

ଏବିଭିପିର ରାଜ୍ୟ ଅଧିବେଶନ
ଓଡ଼ିଶା ସଂଗଠନ ଉପରେ ସାରା ଦେଶର ନଜର: ଆଶିଷ
କଟକ,୨୬/୧୨: ‘ପ୍ରଥମ ଥର ପାଇଁ ଓଡ଼ିଶାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ସଦସ୍ୟତା ୧ ଲକ୍ଷରୁ ଅଧିକ ହୋଇଛି I ପରିଷଦର କାର୍ଯ୍ୟକର୍ତ୍ତା ଓଡ଼ିଶାର କୋଣ ଅନୁକୋଣ ପର୍ଯ୍ୟନ୍ତ ପହଞ୍ଚିଛନ୍ତି। ସେମାନେ ଛାତ୍ରଛାତ୍ରୀଙ୍କ ଶିକ୍ଷାଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ପ୍ରଦାନ କରିବାକୁ ପ୍ରୟାସ ଚଳାଇଛନ୍ତି। ଏବେ କିନ୍ତୁ ଏହି ସଦସ୍ୟତା ପଦ ପ୍ରତ୍ୟେକ ପ୍ରାନ୍ତରେ ଏକ ଲକ୍ଷ କରାଯିବା ଦରକାର। ଆସନ୍ତା କଲେଜ ଛାତ୍ର ସଂସଦ ନିର୍ବାଚନ ସହିତ ସଂଗଠନର ବ୍ୟାପ୍ତି ଦାୟିତ୍ବ ପ୍ରତ୍ୟେକ ଛାତ୍ରଛାତ୍ରୀ ନେବା ଆବଶ୍ୟକ । କାରଣ ଓଡ଼ିଶା ସଂଗଠନ ଉପରେ ସାରା ଦେଶର ଛାତ୍ର ସଂଗଠନର ନଜର ରହିଛି।’-ଜବାହରଲାଲ୍ ଇନ୍‌ଡୋର୍ ଷ୍ଟାଡିୟମ୍‌ରେ ଆୟୋଜିତ ଏବିଭିପିର ୪୯ ତମ ରାଜ୍ୟ ଅଧିବେଶନରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଏବିଭିପି ସହ ଯୋଡି ହେବାକୁ ଏପରି ଆହ୍ବାନ
ଦେଇଛନ୍ତି ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ଆଶିଷ ଚୌହ୍ୱାନ। ସେ କହିଥିଲେ, ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଦେଶବିଦେଶରୁ ଶ୍ରଦ୍ଧାଳୁମାନେ ଆସିଥାନ୍ତି। ସେମାନଙ୍କୁ ସ୍ବାଗତ କରିବା ପାଇଁ ଅନେକ ସଂଗଠନ ଆଗଭର ହେଉଥିଲା ବେଳେ ସେଥିରେ ଏବିଭିପି ମଧ୍ଯ ଛିଡା ହୋଇଛି। ଏହାସହ ସେ ବାଲିଯାତ୍ରାର ଇତିହାସ ସହିତ କଟକର ସଂସ୍କୃତି ଓ ଇତିହାସ ଉପରେ ମତ ରଖିଥିଲେ । ପୂରା ଦେଶ ଆପଣଙ୍କୁ ଦେଖୁଛି। ଛାତ୍ରଙ୍କ ଆତ୍ମସମ୍ମାନ ଫେରାଇ ଆଣିବାରେ, କଲେଜ ଛାତ୍ର ସଂସଦ ନିର୍ବାଚନ ଫେରାଇ ଆଣିବାରେ, କଲେଜ ଫି’ ବୃଦ୍ଧିକୁ ବିରୋଧ କରିବା ଭଳି ପ୍ରସଙ୍ଗରେ ଏବିଭିପିର ଭୂମିକା ଅତୁଳନୀୟ ବୋଲି ଶ୍ରୀ ଚୌହ୍ବାନ କହିଥିଲେ। ଆସନ୍ତା ଛାତ୍ର ସଂସଦ ନିର୍ବାଚନରେ ଏକ ନମ୍ବର ହେବାକୁ ସେ ଆହ୍ବାନ ଦେଇଥିଲେ। ଲୋକଙ୍କ ପାଖରେ ସରକାରୀ ସୁବିଧା ପହଞ୍ଚାଇବାର ନେତୃତ୍ଵ ନେବାକୁ ମଧ୍ୟ କହିଥିଲେ।
ଆଜିର କାର୍ଯ୍ୟକ୍ରମରେ ଅନ୍ୟତମ ବକ୍ତା ଭାବେ ରାଷ୍ଟ୍ରୀୟ ସହ ସଂଗଠନ ସମ୍ପାଦକ ଗୋବିନ୍ଦ ନାୟକ ପଞ୍ଚ ପରିବର୍ତ୍ତନର ବାହକ ଯୁବଶକ୍ତି ବିଷୟ ଉପରେ ମତ ରଖିଥିଲେ । ସେ କହିଥିଲେ, ପରିବେଶ ଓ ମାନବ ସଭ୍ୟତା ପରସ୍ପରର ପରିପୂରକ। ଭାରତୀୟ ସଂସ୍କୃତିରେ ରହିଛି ପରିବେଶରୁ ଯେତିକି ନେବା ସେତିକି ଫେରାଇବା। ତେଣୁ ପରିବେଶ ବଞ୍ଚାଇବାରେ ମଧ୍ୟ ଯୁବଶକ୍ତିର ଭୂମିକା ରହିବା ଜରୁରି।

Leave a Reply