ଧର୍ମ ପରିବର୍ତ୍ତନ ପାଇଁ ଶବ ସତ୍କାରକୁ ବିରୋଧ



ଜଳେଶ୍ୱର, ୨୫/୧୨ : ଜଳେଶ୍ବର ବ୍ଲକ୍ କାଳିକ ପଞ୍ଚାୟତ ରଙ୍ଗାମାଟିଆ ଗ୍ରାମରେ ଧର୍ମାନ୍ତରୀକରଣ କାରଣ ପାଇଁ ଶବ ସତ୍କାର ବେଳେ ଉତ୍ତେଜନା ଦେଖାଦେଇଛି | ବିବରଣୀରୁ ପ୍ରକାଶ ଯେ ରଙ୍ଗାମାଟିଆ ଗ୍ରାମର ଜଣେ ୬୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଗତ ୨୧ ତାରିଖ ଦିନ ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିବାର ଲୋକେ ବେଶ୍ କିଛି ବର୍ଷ ପୂର୍ବରୁ ଧର୍ମ ପରିବର୍ତ୍ତନ କରିଥିବା ଯୋଗୁ ନିର୍ଦ୍ଦିଷ୍ଟ ଏକ ସମ୍ପ୍ରଦାୟ ବିରୋଧ କରିଥିଲେ ଏବଂ ଗ୍ରହଣ କରିଥିବା ଧର୍ମ ଅନୁଯାୟୀ ଶବ ସତ୍କାର କରିବାକୁ କହିଥିଲେ। ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ମୃତକଙ୍କ ପରିବାର ଲୋକେ ନିଜ ବାଡ଼ିରେ ଶେଷକୃତ୍ୟ ସମ୍ପନ୍ନ କରିଥିଲେ । ତେବେ ଏନେଇ ବିରୋଧୀ ଗୋଷ୍ଠୀ ରାଇବଣିଆ ଥାନାରେ ଅଭିଯୋଗ କରିଛନ୍ତି। ଫଳରେ ପୁଲିସ ୧୬୯/୨୪ରେ ଏକ ମାମଲା ରୁଜୁ କରିଛି। ଅନ୍ୟପଟେ ମୃତକଙ୍କ ପରିବାର ଲୋକେ ମଧ୍ୟ ସାମାଜିକ ବାସନ୍ଦ ପାଇଁ ଧମକ ଦିଆଯାଉଛି ବୋଲି କହି ଅଭିଯୋଗ କରିଛନ୍ତି। ତେବେ ଘଟଣାକୁ ପୁଲିସ ଅତି ସତର୍କତାର ସହ ସମାଧାନ କରିବା ପାଇଁ ଉଦ୍ୟମ ଚଳାଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *