Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶ୍ରୀରାମ ନବମୀ ମହୋତ୍ସବ ସମିତି, ଭୁବନେଶ୍ୱର ତରଫରୁ ଶ୍ରୀରାମ ମହୋତ୍ସବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶ୍ରୀରାମ ନବମୀ ମହୋତ୍ସବ ସମିତି, ଭୁବନେଶ୍ୱର ତରଫରୁ ଶ୍ରୀରାମ ମହୋତ୍ସବ


ଭୁବନେଶ୍ୱର,୩୦/୦୩: ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମଚନ୍ଦ୍ର ଏ ଜାତିର ଆରାଧ୍ୟ ତଥା ଭାରତର ଗର୍ବ ଏବଂ ଗୌରବ । ଆମ ସମାଜକୁ, ଆଜିର ଯୁବପୀଢିଙ୍କୁ ଶ୍ରୀରାମଙ୍କ ଆଦର୍ଶରେ ଅନୁପ୍ରାଣିତ କରିବା ଉଦେ୍ଦଶ୍ୟରେ ୨୦୧୮ ମସିହାରୁ ଶ୍ରୀରାମ ନବମୀ ମହୋତ୍ସବ ସମିତି, ଭୁବନେଶ୍ୱର ପକ୍ଷରୁ “ଶ୍ରୀରାମ ମହୋତ୍ସବ”ଅତି ଶାନ୍ତି ଶୃଙ୍ଖଳାର ସହ ପାଳିତ ହୋଇ ଆସୁଛି । ଚଳିତ ବର୍ଷ ମଧ୍ୟ ଏହି କାର୍ଯ୍ୟକ୍ରମଟି ଖୁବ୍ ଧୁମଧାମରେ ପାଳନ ହେବାକୁ ଯାଉଛି । ଶ୍ରୀରାମ ମହୋତ୍ସବ କାର୍ଯ୍ୟକ୍ରମ ନିମନ୍ତେ ଆମ୍ଭ କାର୍ଯ୍ୟକର୍ତାମାନଙ୍କ ଦ୍ୱାରା ମାର୍ଚ୍ଚ ୧ ତାରିଖରୁ ଭୁବନେଶ୍ୱର ଓ ଏହାର ଆଖପାଖ ଅଂଚଳରେ ଥିବା ୧୦୦ଟି ବସତି ଏବଂ ୭୦ଟି ମହାବିଦ୍ୟାଳୟରେ ସାମୁହିକ ହନୁମାନ ଚାଳିଶା କରାଯାଉଛି । ଆଜି ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ସଂଗଠନର ସମସ୍ତ ଭାଇ ମାନଙ୍କୁ ନେଇ ଏକ ବିଶାଳ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଶୋଭାଯାତ୍ରାଟି ଅପରାହ୍ନ ୪ ଘଟିକା ସମୟରେ ବରମୁଣ୍ଡା ପଡିଆରୁ ବାହାରି ସହର ପରିକ୍ରମା କରି ପୁନଃ ବରମୁଣ୍ଡା ପଡିଆରେ ପହଁଚିଥିଲା । ବହୁ ସଂଖ୍ୟାରେ ଯୁବକମାନେ ଶୋଭାଯାତ୍ରାରେ ସାମିଲ ହୋଇ ପ୍ରଭୁ ଶ୍ରୀରାମଙ୍କ ଆଦର୍ଶକୁ ଆତ୍ମସାତ କରିବା ସହିତ ଉତମ କର୍ମ ଆଧାରରେ ରାମରାଜ୍ୟ କରିବା ଦିଗରେ ଅଗ୍ରସର ହେବେ ।

Leave a Reply