ନୂଆଦିଲ୍ଲୀ ୧୯/୧୨: ସଂସଦ କମ୍ପ୍ଲେକ୍ସରେ ଠେଲାପେଲା ଘଟଣାରେ ତେଜିଲାଣି ରାଜନୀତି । ବର୍ତ୍ତମାନ ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ୩ ବିଜେପି ସାଂସଦ ସଂସଦ ମାର୍ଗ ପୋଲିସ ଷ୍ଟେସନ ଯାଇଞ୍ଚନ୍ତି । ଅଭିଯୋଗ ସହିତ ବାଂସୁରୀ ସ୍ୱରାଜ, ଅନୁରାଗ ଠାକୁର ଏବଂ ହେମାଙ୍ଗ ଯୋଶୀ ପୋଲିସ ଷ୍ଟେସନରେ ପହଞ୍ଚିଛନ୍ତି । ଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଢଙ୍ଗୀ ଦାବି କରିଛନ୍ତି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅନ୍ୟ ଜଣେ ସାଂସଦଙ୍କୁ ଠେଲିଥିଲେ ଯେଉଁଥିରେ ପ୍ରତାପ ଆହତ ହୋଇଛନ୍ତି । ଏହି ପ୍ରତିବାଦରେ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ରାହୁଲଙ୍କୁ ଦୁଇ ବିଜେପି ସାଂସଦଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି।