ସଂଖ୍ୟାଲଘୁମାନେ ଦିନେ ନା ଦିନେ ସଂଖ୍ୟାଗୁରୁ ଭାବେ ପରିଚିତ ଲାଭ କରିବେ

କଲକାତା: ସଂଖ୍ୟାଲଘୁମାନେ ଦିନେ ନା ଦିନେ ସଂଖ୍ୟାଗୁରୁ ଭାବେ ପରିଚିତ ଲାଭ କରିବେ । ଏହି ସମୟ ନିକଟ ହୋଇ ଆସୁଛି ବୋଲି ପଶ୍ଚିମବଙ୍ଗ ପୌର ଓ ନଗର ଉନ୍ନୟନ ମନ୍ତ୍ରୀ ଫିରହାଦ୍ ହାକିମ୍ କହିଛନ୍ତି। ଯାହାକୁ ନେଇ ସଂପ୍ରତି ବିତର୍କ ସୃଷ୍ଟି ହୋଇଛି। ଡିସେମ୍ବର 16 ତାରିଖ ଦିନ ସର୍ବଭାରତୀୟ ତୃଣମୂଳ କଂଗ୍ରେସର ଅବସ୍ଥାନ କ’ଣ ସେ ବିଷୟରେ ଫିରହାଦ୍ ହାକିମ୍ କହିଥିଲେ ଯେ ଦଳର ଅବସ୍ଥାନ, ଆଦର୍ଶ ସଂପ୍ରତି ବିଭିନ୍ନ ଭାବେ ପ୍ରତିଫଳନ ହୋଇଛି। ଶାନ୍ତି, ଏକତା, ସଂପ୍ରୀତି ରକ୍ଷା ପାଇଁ ତୃଣମୂଳ କଂଗ୍ରେସ ପ୍ରତିଜ୍ଞାବଦ୍ଧ। ପଶ୍ଚିମବଙ୍ଗର ସାମାଜିକ ଭିତ୍ତିଭୂମିକୁ ବିସ୍ମିତ କରିବା ପାଇଁ କେତେକ ଶକ୍ତି ଚେଷ୍ଟା କରୁଛନ୍ତି, କିନ୍ତୁ କୌଣସି ପ୍ରକାରରେ ସମ୍ଭବ ନୁହେଁ । 

Leave a Reply

Your email address will not be published. Required fields are marked *