ପୁଣି ଆରମ୍ଭ ହେବ କୈଳାଶ-ମାନସରୋବର ଯାତ୍ରା

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ସମ୍ପର୍କ କ୍ରମାଗତ ଭାବେ ସୁଧୁରିବାରେ ଲାଗିଛି। ରୁଷ୍-ୟୁକ୍ରେନ୍ ଏବଂ ଇସ୍ରାଏଲ-ହାମାସ ଯୁଦ୍ଧ ପରେ ଏସିଆର ଦୁଇ ମହାଶକ୍ତି ମଧ୍ୟରେ ସମ୍ପର୍କରେ ସୁଧାର ଆସିଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବେ ଚୀନ ଗସ୍ତରେ ଅଛନ୍ତି। ସ୍ବତନ୍ତ୍ର ପ୍ରତିନିଧି ସ୍ତରୀୟ ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ସେ ବେଜିଂରେ ଅଛନ୍ତି। ଏହି ଅବସରରେ ଅଜିତ ଡୋଭାଲ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ଭେଟିଛନ୍ତି । ଏହି ସମୟ ମଧ୍ୟରେ ୬ଟି ପ୍ରସଙ୍ଗରେ ସହମତି ହୋଇଛି। ଡୋଭାଲଙ୍କ ଗସ୍ତର ସବୁଠାରୁ ବଡ଼ କଥା ହେଲା ବିନା ବାଧାରେ କୈଳାସ ମାନସରୋବର ଯାତ୍ରା ପାଇଁ ଚୁକ୍ତି ହୋଇଛି। ଡୋକଲାମ ବିବାଦ ପରେ କୈଳାସ ମାନସରୋବର ଯାତ୍ରାକୁ ବନ୍ଦ କରିଦେଇଥିଲା ଚୀନ । ସେବେଠାରୁ ଏପର୍ଯ୍ୟନ୍ତ ହିନ୍ଦୁ ଭକ୍ତଙ୍କ ପାଇଁ ଯାତ୍ରା ଆରମ୍ଭ ହୋଇନାହିଁ। ଡୋଭାଲ ଏବଂ ୱାଙ୍ଗ ୟିଙ୍କ ମଧ୍ୟରେ ଆଲୋଚନା ପରେ ପୁଣି ଥରେ ପବିତ୍ର ଯାତ୍ରାର ମାର୍ଗ ଖୋଲିବାର ସମ୍ଭାବନା ବଢିଯାଇଛି ।

ସୂଚନାଯୋଗ୍ୟ ଯେ କୈଳାସ ମାନସରୋବର ତିବ୍ଦତ ଅଞ୍ଚଳରେ ଅବସ୍ଥିତ । ଚୀନ ଏବେ ତିବ୍ବତକୁ ଅଧିକାର କରିଥିବାରୁ କୈଳାସ ଓ ମାନସରୋବର ମଧ୍ୟ ଚୀନ ଅଧିନରେ ଆସୁଛି । ଗତ ପାଞ୍ଚ ବର୍ଷ ହେବ ଏହି ଯାତ୍ରା ବନ୍ଦ ରହିଥିଲା, ଯାହା ଏବେ ପୁଣି ଥରେ ଆରମ୍ଭ କରିବାକୁ ରାଜି ହୋଇଛି। ଏହାବ୍ୟତୀତ ପରସ୍ପରରୁ ପ୍ରବାହିତ ହେଉଥିବା ନଦୀଉପରେ ସହଯୋଗ ବଢ଼ାଇବା ଏବଂ ସୀମା ବାଣିଜ୍ୟ ପାଇଁ ନାଥୁଲା ଖୋଲିବାକୁ ମଧ୍ୟ ଦୁଇ ଦେଶ ରାଜି ହୋଇଛନ୍ତି।

Leave a Reply

Your email address will not be published. Required fields are marked *