ବାଂଲାଦେଶକୁ ବଡ଼ ଝଟକା ଦେଲା ଆମେରିକା

ଢାକା: ବାଂଲାଦେଶ ପାକିସ୍ତାନ ସହ ବନ୍ଧୁତା କରିବା ସହିତ  ଭାରତଠାରୁ ଦୂରତ୍ୱ ବଜାୟୀ ରଖିବାର ଫଳ ପାଇଛି। ବାଂଲାଦେଶରେ ସଂଖ୍ୟାଲଘୁମାନଙ୍କ ଉପରେ ଅତ୍ୟାଚାରକୁ ପ୍ରୋତ୍ସାହିତ କରୁଥିବା ମହମ୍ମଦ ୟୁନୁସଙ୍କ ସରକାରଙ୍କୁ ଆମେରିକା ବଡ଼ ଝଟକା ଦେଇଛି।  ଆମେରିକା ଏହାର ଶକ୍ତିଶାଳୀ ବିମାନ ଏଫ-୧୬ ଯୁଦ୍ଧ ବିମାନ କିଣିବା ପାଇଁ ବାଂଲାଦେଶର ଉଦ୍ୟମକୁ ବନ୍ଦ କରି ଦେଇଛି। ଏହାର ଏକ ପ୍ରମୁଖ କାରଣ ମଧ୍ୟ ଭାରତ ଏବଂ ଆମେରିକା ମଧ୍ୟରେ ଉତ୍ତମ ସମ୍ପର୍କ ବୋଲି ବିବେଚନା କରାଯାଉଛି।

ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଖରାପ ହେବାରେ ଲାଗିଛି। ଆମେରିକା ସହିତ ଏଫ-୧୬ ଚୁକ୍ତି  ନ ହେବା ପରେ ବାଂଲାଦେଶ ବର୍ତ୍ତମାନ ଚୀନ୍ ସହିତ ଏହି ପ୍ରତିରକ୍ଷା ଚୁକ୍ତି କରୁଛି। ଗୋଟିଏ ପଟେ ବାଂଲାଦେଶରେ ସଂଖ୍ୟାଲଘୁମାନଙ୍କ ଉପରେ କ୍ରମାଗତ ହିଂସା ବାତାବରଣ ଥିବାବେଳେ ଅନ୍ୟ ପଟେ ବାଂଲାଦେଶ ବର୍ତ୍ତମାନ ବାୟୁସେନା ବେସ୍‌କୁ ବିସ୍ତାର କରିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ଚୀନ୍ ସହିତ ଏକ ବଡ଼ ଚୁକ୍ତି କରିବାକୁ ଯାଉଛି।

Leave a Reply

Your email address will not be published. Required fields are marked *