ଆବର୍ଜନାରୁ ପାଇ ସୁନା ବ୍ରେସଲେଟ୍ ଫେରାଇଲେ ସ୍ବଚ୍ଛ କର୍ମୀ

ଆବର୍ଜନାରୁ ପାଇ ସୁନା ବ୍ରେସଲେଟ୍ ଫେରାଇଲେ ସ୍ବଚ୍ଛ କର୍ମୀ
ଭୁବନେଶ୍ଵର: ଆବର୍ଜନାରୁ ପାଇଥିବା ସୁନା ବ୍ରେସଲେଟ୍ ମାଲିକଙ୍କୁ ଫେରାଇଛନ୍ତି ବିଏମ୍‌ସି ସ୍ବଚ୍ଛକର୍ମୀ। ୟୁନିଟ-୧ ମ୍ୟାଟେରିଆଲ ରିକଭରି ଫାସିଲିଟି (ଏମ୍ଆର୍ଏଫ୍)ରେ ସ୍ବଳ୍ପ ଦରମାରେ କାମ କରୁଥିବା ସରସ୍ବତୀ ନାଏକ ଏଭଳି ମହନୀୟତା ଦେଖାଇଛନ୍ତି। ବ୍ରେସଲେଟ୍‌ର ଓଜନ ୧୮ଗ୍ରାମ ହେବ। ଘର ଘର ବୁଲି ସଂଗ୍ରହ ହୋଇଥିବା ଆବର୍ଜନା ହାତରେ ପୃଥକ କଲା ବେଳେ ଏହି ବ୍ରେସଲେଟ୍ ମିଳିଥିଲା । ସେ ତୁରନ୍ତ ଏମ୍ଆର୍ ଏଫ୍  ଅଫିସରଙ୍କୁ ଅବଗତ କରାଇଥିଲେ ।
ନ୍ୟୁ ଫରେଷ୍ଟ ପାର୍କ ଲେନ୍‌-୫ ବାସିନ୍ଦା ଦୀପିକା ମହାନ୍ତି ଭୁଲବଶତଃ ତାଙ୍କର ଏହି ସୁନା ବ୍ରେସଲେଟ୍‌ ଡଷ୍ଟବିନ୍‌ରେ ପକାଇ ଦେଇଥିଲେ | ଘରୁ ବର୍ଜ୍ୟ ସଂଗ୍ରହ କରୁଥିବା ସଫେଇ ଗାଡ଼ିକୁ ସେହି ଡଷ୍ଟବିନ୍‌ର ବର୍ଜ୍ୟ ଦେଇଥିଲେ । ସେ ସନ୍ଦେହ କରି ଏମ୍ଆର୍ ଏଫ୍ ସହ ଯୋଗାଯୋଗ କରିଥିଲେ। ତଥ୍ୟ ପ୍ରମାଣ ପାଇବା ପରେ ସେହି ଦାମୀ ବ୍ରେସଲେଟ୍‌କୁ ଦୀପିକା ମହାନ୍ତିଙ୍କୁ ଫେରାଇ ଦିଆଯାଇଥିଲା। ହଜିଯାଇଥିବା ଦାମୀ ବ୍ରେସଲେଟ୍ ପାଇବା ପରେ ସେ ସରସ୍ଵତୀଙ୍କ ସହିତ ପୂରା ଟିମ୍ କୁ କୃତଜ୍ଞତା ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ସୁନା ଚେନ୍, ମୁଦି, କାନଫୁଲ ଆଦି ଏମ୍ଆର୍ ଏଫ ରୁ ମିଳିଛି । ସ୍ବଚ୍ଛ   କର୍ମୀମାନେ ସେ ସବୁକୁ ଫେରାଇ ଉଦାହରଣ ସୃଷ୍ଟି କରିଛନ୍ତି।

Leave a Reply

Your email address will not be published. Required fields are marked *