ଆନନ୍ଦବଜାରରେ ଡ୍ରେସକୋଡ୍-ଅନ୍ନ ମହାପ୍ରସାଦ ବିକ୍ରେତା ପିନ୍ଧିଲେ ଗେରୁଆ ପୋଷାକ

ଆନନ୍ଦବଜାରରେ ଡ୍ରେସକୋଡ୍-ଅନ୍ନ ମହାପ୍ରସାଦ ବିକ୍ରେତା ପିନ୍ଧିଲେ ଗେରୁଆ ପୋଷାକ

ପୁରୀ: ଶ୍ରୀମନ୍ଦିର  ଆନନ୍ଦବଜାରରେ ଲାଗୁ ହୋଇଛି ନୂଆ ଡ୍ରେସ୍କୋଡ୍ ବ୍ୟବସ୍ଥା। ଅନ୍ନ ମହାପ୍ରସାଦ ବିକ୍ରି କରୁଥିବା ସୂପକାରଙ୍କ ସହାୟକମାନେ ଏଥର ପିନ୍ଧିବେ ଗେରୁଆ ରଙ୍ଗର ପୋଷାକ। ମହାପ୍ରସାଦ ବିକ୍ରି ବେଳେ ଏମାନେ ଗେରୁଆ ରଙ୍ଗର ପୋଷାକ ପିନ୍ଧି ମହାପ୍ରସାଦ ବିକ୍ରି କରିପାରିବେ ଅବା ସହାୟତା କରିପାରିବେ। ଶ୍ରୀମନ୍ଦିର ପ୍ରଶାସନର ସ୍ବୀକୃତିକ୍ରମେ ସୁଆର ମହାସୁଆର ନିଯୋଗ ଆନନ୍ଦବଜାର କ୍ଷେତ୍ରରେ ଏହି ବ୍ୟବସ୍ଥା ଲାଗୁ କରିଛି। ଯେଉଁ ସହାୟକମାନେ ରହିଛନ୍ତି, ସେମାନେ ଆଜିଠାରୁ ଗେରୁଆ ରଙ୍ଗର ପୋଷାକ ପିନ୍ଧି ଆନନ୍ଦବଜାରକୁ ଆସିଛନ୍ତି ।

Leave a Reply

Your email address will not be published. Required fields are marked *