୨୩ କଂସେଇଖାନାରେ ମାସକୁ କାଟୁଛନ୍ତି ୩ ହଜାର ଗାଈ!

୨୩ କଂସେଇଖାନାରେ ମାସକୁ କାଟୁଛନ୍ତି ୩ ହଜାର ଗାଈ!
ସମ୍ବଲପୁର: ଗତ ୨୦୨୩ ମସିହା ହନୁମାନ ଜୟନ୍ତୀ ସମୟରେ ସମ୍ବଲପୁରରେ ହିଂସା ମାମଲାରେ ସଂପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଆଜି ସଚେତନ ନାଗରିକମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଦାବିପତ୍ରରେ ଦାବି କରାଯାଇଛି ଯେ ଯେଉଁମାନେ ସମ୍ବଲପୁରରେ ପ୍ରାୟ ୨୩ଟି କଂସେଇଖାନା ରହିଥିବା ବେଳେ ପ୍ରତି ମାସ ୩ ହଜାରରୁ ଅଧିକ ଗାଈ ହତ୍ୟା କରାଯାଉଛି। ଏସବୁ କଂସେଇଖାନା ଆଉ ଗୋହତ୍ୟା ସଂପୂର୍ଣ୍ଣ ବନ୍ଦ କରାଯାଉ। ପୁଲିସ ଓ ପରିବହନ ବିଭାଗର ଜ୍ଞାତସାରରେ ସମ୍ବଲପୁର ଦେଇ ପଶ୍ଚିମବଂଗ ଓ ବାଂଲାଦେଶକୁ ଚାଲିଥିବା ଗୋରୁଚାଲାଣ ବନ୍ଦ ପାଇଁ ଦାବି ହୋଇଛି। ମୁର୍ଶିଦାବାଦରୁ ବିନା ଅନୁମତିରେ ନିୟମିତ ସମ୍ବଲପୁରକୁ ବସ୍ ଚାଲିଛି। ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ, ଭୋଟର ତାଲିକାରୁ ବାଦ୍ ଦେବା ଏବଂ ଦେଶାନ୍ତର କରିବାକୁ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *