ଗୋରୁଗାଡ଼ି ଜବତ ୨ ଗିରଫ

ଗୋରୁଗାଡ଼ି ଜବତ ୨ ଗିରଫ
ବାଲିଚନ୍ଦ୍ରପୁର- ବେଆଇନ ଭାବେ ଗୋରୁଚାଲାଣ କରାଯାଉଥ‌ିବା ଏବଂ ଏଥ‌ିରେ ସଂପୃକ୍ତ ରାକେଟକୁ ଠାବ କରାଯାଇ
ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ସାଧାରଣରେ ଦାବି ହୋଇ ଆସୁଥିଲେ ବି ଗୋରୁ ଚାଲାଣରେ ସଂପୃକ୍ତ ବ୍ୟକ୍ତିଙ୍କ ବେପାରରେ ବାଧା ଉପୁଜୁନି। ବରଂ ଏହି ବେପାର ବାଲିଚନ୍ଦ୍ରପୁର ଅଞ୍ଚଳରୁ ପଶ୍ଚିମବଙ୍ଗକୁ ଲମ୍ବିଥିବା ଅଭିଯୋଗ ହେଉଛି। ଏହି ଘଟଣାକ୍ରମେ ଏକ ବେଆଇନ ଗୋରୁଗାଡିକୁ ପୋଲିସ ଜବତ କରିବା ସହ ଏଥ‌ିରେ ସମ୍ପୃକ୍ତ ଥ‌ିବା ଦୁଇଜଣଙ୍କୁ ପୋଲିସ ଗିରଫ କରିଛି। ସୂଚନା ଅନୁଯାୟୀ ବଡ଼ଚଣା, ଚଣ୍ଡିଖୋଲ ଅଞ୍ଚଳରୁ ଏକ ଗୋରୁଗାଡ଼ି ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଦେଇଚାରିନଙ୍ଗଳଅଭିମୁଖେ ଯାଉଥିଲା। ମଙ୍ଗଳବାର ଏହି ଗାଡିକୁ ବଜରଙ୍ଗ ଦଳର କର୍ମୀମାନେ ଅଟକାଇ ବାଲିଚନ୍ଦ୍ରପୁର ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିବା ପରେ ଏହା ବେଆଇନ ଗୋରୁଚାଲାଣ ବୋଲି ଜାଣିବାକୁ ପାଇ ୩ଟି ଗୋରୁ ସହ ଗାଡିକୁ ଜବତ କରିଥିଲେ। ଏଥିସହ ଏଥିରେ ସମ୍ପୃକ୍ତ ଚାରିନଙ୍ଗଳ ଗ୍ରାମର ସେକ ଅଲିମ (୧୯) ଓ ଜେନାପୁର ଥାନା ଅଞ୍ଚଳର ମାନସ ମଲ୍ଲିକ (୨୦ଙ୍କୁ ଗିରଫ କରି କୋର୍ଟଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *