ଛତ୍ରଦାଣ୍ଡି ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ


ବଲାଙ୍ଗିର,୧୬/୧୨ : ବଲାଙ୍ଗିର ଜିଲା ଛତ୍ରଦାଣ୍ଡି ସଂରକ୍ଷିତ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି। ବଲାଙ୍ଗିର-ବରଗଡ଼- ମହାସମୁନ୍ଦ ଡିଭିଜନ ମାଓ କ୍ୟାଡର ଏହି ସାମଗ୍ରୀ ଲୁଚାଇ ରଖୁଥ‌ିବା ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍ ଆଜି ବଲାଙ୍ଗିର ରିଜର୍ଭ ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତୁରେକେଲା ଥାନା ଅଧିକାରୀ ଏସ୍‌ଆଇ ରମାକାନ୍ତ ନେତୃତ୍ଵରେ ବଲାଙ୍ଗିର ଡିଭିଏଫ୍ ଯବାନ ଗତ ୧୪ରେ ତୁରେକେଲା ଥାନା ଅନ୍ତର୍ଗତ ଛତ୍ରଦାଣ୍ଡି ସଂରକ୍ଷିତ ଜଙ୍ଗଲରେ ଚଢ଼ଉ କରିଥିଲେ । ଚଢ଼ଉ ସମୟରେ ଜଙ୍ଗଲରୁ ଗୋଟିଏ ବନ୍ଧୁକ, ୫୯ ଗୁଳି, ଡିଟୋନେଟର ଭର୍ତ୍ତି୪ ପ୍ଲାଷ୍ଟିକ ବକ୍ସ, ଡିଟୋନେଟର କଲେକ୍ସ ନ ତାର, ଅଚଳ ଓ୍ବାକିଟକି ଓ ଚାର୍ଜର, ମଲ୍ଟିମିଟର୍, ମୋବାଇଲ ବ୍ୟାଟେରି, ରେଡିଓ ଆଣ୍ଟିନା, ଷ୍ଟିଲ୍ ଆଇରନ୍

ପ୍ଲେଟ୍, ସୋଲାର ପ୍ଲେଟ୍, ହିନ୍ଦୀ ଓ ତେଲୁଗୁ ଭାଷାରେ ଲିଖିତ ମାଓ ପୁସ୍ତକ, ମାଓ ପୋଷାକ, ୭ ବଣ୍ଡଲ୍ ପୋଷାକ ଓ ଲାଲ୍ ରଙ୍ଗର କପଡ଼ା, ପ୍ଲାଷ୍ଟିକ ଜାର୍, ମଶାରୀ, ରେନ୍ କୋର୍ଟ, ୧୦ଟି ଛୋଟ ବଡ଼ ଟିଫିନ୍ ଡବା, ପ୍ଲାଷ୍ଟିକ ଡ୍ରମ୍ ଓ ବାଲଟି, ଛୁରି, ସ୍କୃ ଡ୍ରାଇଭର ଆଦି ବହୁ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି। ଚଢ଼ଉ ସମୟରେ ଘଟଣାସ୍ଥଳରେ ମାଓବାଦୀ ନଥ‌ିବା ଓ କାହା ସହ କୌଣସି ଗୁଳି ବିନିମୟ ହୋଇନଥ‌ିବା ଜଣାପଡ଼ିଛି। ସମ୍ପୃକ୍ତ ଅଞ୍ଚଳ ସହ ଗନ୍ଧମାର୍ଦ୍ଦନ ଅଞ୍ଚଳରେ ପୁଲିସ ପକ୍ଷରୁ କମିଂ ଅପରେସନ ଜାରି ରହିଥ‌ିବା ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ଆରକ୍ଷୀ ଅଧ୍ୟକ୍ଷକ ଋଷିକେଶ ଖଲାରି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *