ଗୋରୁ ବୋଝେଇ ପିକ୍‌ଅପ୍ ଜବତ, ୪ ଗିରଫ


ଗୋରୁ ବୋଝେଇ ପିକ୍‌ଅପ୍ ଜବତ, ୪ ଗିରଫ
ଭୁବନ, ୧୬।୧୨: ସୁରପ୍ରତାପପୁର ଫାଣ୍ଡି ପୁଲିସ ରବିବାର ବିଳମ୍ବିତ ରାତ୍ରିରେ ଦୁଇଟି ବେଆଇନ ଗୋରୁ ବୋଝେଇ ପିକ୍‌ଅପ ଗାଡିକୁ ଜବତ କରିଛି। ବିଶେଷ ସୂତ୍ରରୁ ଖବର ପାଇ ସୁରପ୍ରତାପପୁର ଫାଣ୍ଡି ଅଧିକାରୀ ସୌଭାଗ୍ୟ ପାଣି ସୁରପ୍ରତାପୁର ଫାଣ୍ଡି ଅନ୍ତର୍ଗତ ଯମୁନାକୋଟ ଛକ ନିକଟରେ ଗୋରୁ ବୋଝେଇ ଦୁଇଟି ପିକ୍‌ଅପ୍ ଭ୍ୟାନକୁ ଜବତ କରିଥିଲେ। ଏଥି ସହ ଦୁଇ ଗାଡ଼ି ଚାଳକ ଏବଂ ଦୁଇ ବେପାରୀଙ୍କୁ ପୁଲିସ ଗିରଫ କରିଛି । ଗିରଫ ଦୁଇ ଚାଳକ ହେଲେ ଭୁବନ ବ୍ଲକ୍‌ ଦିଘା ପଞ୍ଚାୟତ ଅନ୍ତର୍ଗତ ଗୋଲଡ଼ିଆ ଗ୍ରାମର ରମେଶ ସାହୁ ଓ ସୁରପ୍ରତାପପୁର ଫାଣ୍ଡି ଅନ୍ତର୍ଗତ ଓଢଣା ଗ୍ରାମର ସୁଧାକର ସ୍ବାଇଁ । ଗିରଫ ଦୁଇ ବେପାରୀ ହେଲେ କାମାକ୍ଷାନଗର ଥାନା ଅନ୍ତର୍ଗତ ଜିରାଳ ଗ୍ରାମର ଗଣେଶ ବେହେରା, ସୁରପ୍ରତାପପୁର ଫାଣ୍ଡି ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ମନୋଜ ମଲ୍ଲିକ। ଅଭିଯୁକ୍ତ ୪ ଜଣଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

Leave a Reply

Your email address will not be published. Required fields are marked *