ମିଳିତ ଜାତିସଂଘର ୧୭ତମ ସଂଖ୍ୟାଲଘୁ ଅଧିବେଶନରେ  ଉଇଘର ମୁସ୍‌ଲିମ ସଂପ୍ରଦାୟ ଉପରେ ଚୀନର ଦମନଲୀଳା ପ୍ରସଙ୍ଗରେ ବିସ୍ତୃତ ଆଲୋଚନା 

ଜେନେଭା: ମିଳିତ ଜାତିସଂଘର ୧୭ତମ ସଂଖ୍ୟାଲଘୁ ଅଧିବେଶନରେ  ଉଇଘର ମୁସ୍‌ଲିମ ସଂପ୍ରଦାୟ ଉପରେ ଚୀନର ଦମନଲୀଳା ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଛି। ବର୍ଲିନ୍‌ରେ ଥିବା ବିଶ୍ବ ଉଇଘର କଂଗ୍ରେସ (ଡବ୍ଲୁୟୁସି)ର ନିର୍ଦ୍ଦେଶକ ଘେୟୁର କୁର୍ବାନ୍‌ ଏନେଇ ନିଜର ବକ୍ତବ୍ୟ ଉପସ୍ଥାପିତ କରି ଚୀନ୍‌ ସରକାରଙ୍କ ଦମନଲୀଳା ତଥା ବର୍ବରତା ସମ୍ପର୍କରେ ବଖାଣିଛନ୍ତି।  କୁର୍ବାନ୍‌ କହିଛନ୍ତି, ଚୀନ ବର୍ତ୍ତମାନ ସୁଦ୍ଧା ତିନି ନିୟୁତ ଉଇଘର ମୁସ୍‌ଲିମଙ୍କୁ ଅସ୍ଥାୟୀ ଜେଲ୍‌ରେ ରଖିଛି।  ଏହା ସହ ସେମାନଙ୍କ ଭାଷା, ସଂସ୍କୃତି ଓ ଇତିହାସକୁ ଯୋଜନାବଦ୍ଧ ଭାବେ ଚୀନ୍‌ ସରକାର ନଷ୍ଟ କରିଚାଲିଥିବା ପ୍ରମାଣ ରହିଛି। ସେମାନଙ୍କ ଉପରେ ଚୀନ୍‌ ଭାଷା ଓ ସଂସ୍କୃତିକୁ ଲଦି ଦିଆଯାଉଛି।  ଉଇଘର ମୁସ୍‌ଲିମଙ୍କ ଗଣସଂହାର ଓ ମାନବିକତା ବିରୋଧୀ କାର୍ଯ୍ୟ ନିମନ୍ତେ ବିଶ୍ବ ସମୁଦାୟ ଚୀନ୍‌ ସରକାରକୁ ଦୋଷୀ ଦର୍ଶାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ଦାବି କରିଥିଲେ। ଏହି ବକ୍ତବ୍ୟ ସମୟରେ ଚୀନ୍‌ର ପ୍ରତିନିଧି ଜୋରଦାର ପ୍ରତିବାଦ କରିଥିଲେ। ଡବ୍ଲୁୟୁସି ଏକ ବିଚ୍ଛିନ୍ନତାବାଦୀ ସଂଗଠନ ବୋଲି ସେ ଅଭିଯୋଗ କରିବା ସହ ସମସ୍ତ ଅଭି‌ଯୋଗ ମିଥ୍ୟା ବୋଲି କହଥିଲେ।

Leave a Reply

Your email address will not be published. Required fields are marked *