ଟ‌ରୋଣ୍ଟ ସ୍କାରବରୋ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରେ ଖଲିସ୍ତାନୀ ସମର୍ଥକଙ୍କ ବିକ୍ଷୋଭ ଉପରେ କାନାଡାର ଏକ କୋର୍ଟ ପ୍ରତିବନ୍ଧକ ଲଗାଇଛି

ଟରଣ୍ଟୋ: ଟ‌ରୋଣ୍ଟ ସ୍କାରବରୋ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରେ ଖଲିସ୍ତାନୀ ସମର୍ଥକଙ୍କ ବିକ୍ଷୋଭ ଉପରେ କାନାଡାର ଏକ କୋର୍ଟ ପ୍ରତିବନ୍ଧକ ଲଗାଇଛି। ମନ୍ଦିରଠାରୁ ୧୦୦ ମିଟର ପରିସୀମା ମଧ୍ୟରେ କୌଣସି ବିକ୍ଷୋଭ, ଧାରଣା କିମ୍ବା ରାଲି ଆଦି ପ୍ରଦର୍ଶନ ଉପରେ କଟକଣା ଲଗାଯାଇଛି। କଟକଣା ମଧ୍ୟରେ ଭାରତୀୟ ଦୂତାବାସ ପକ୍ଷରୁ ମଧ୍ୟ ବ୍ୟାପକ ସତର୍କତା ପଦକ୍ଷେପ ନେବାପାଇଁ ହିନ୍ଦୁ ମନ୍ଦିର କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ନାରାୟଣ ମନ୍ଦିର ହିନ୍ଦୁ ସାଂସ୍କୃତିକ ସଂସ୍ଥା ପକ୍ଷରୁ ଏନେଇ ଜାରି ପ୍ରେସ୍‌ ବିବୃତି  ଅନୁସାରେ, ଅଣ୍ଟାରିଓ ଉଚ୍ଚ ଅଦାଲତ ପକ୍ଷରୁ ମନ୍ଦିର ନିକଟରେ   ସମସ୍ତ ବିକ୍ଷୋଭ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହା ସହ ମନ୍ଦିରକୁ ଆସୁଥିବା ଭକ୍ତଙ୍କୁ ଅଟକାଇବା  ମାମଲାକୁ ମଧ୍ୟ କୋର୍ଟ ଗମ୍ଭୀରତାର ସହ ନେଇଛନ୍ତି।

ଖଲିସ୍ତାନୀ ଆନ୍ଦୋଳନକାରୀମାନେ ମନ୍ଦିରର  ୧୦୦ ମିଟର ପରିସର  ଅଂଚଳ ଭିତରେ ପ୍ରବେଶ କରିପାରିବେ ନାହିଁ ଏବଂ ଏହା ସୁନିଶ୍ଚିତ କରିବା ପୁଲିସର ଦାୟିତ୍ବ ବୋଲି କୋର୍ଟ କହିଛନ୍ତି। ମନ୍ଦିର ପବିତ୍ରତା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶ ଦିଆଯାଇଛି। କାନାଡ଼ାର ହିନ୍ଦୁ ଫୋରମ୍‌ ପକ୍ଷରୁ ରବି ଆନ୍ଦାମୁରି କହିଛନ୍ତି, ପୁଲିସ ସେମାନଙ୍କୁ ଏହି ମାମଲାରେ ସହାୟତା କରୁନଥିଲା। କିନ୍ତୁ କୋର୍ଟ ନିର୍ଦ୍ଦେଶ ପରେ ସବୁ ଠିକ୍‌ ହୋଇଯାଇଛି। ଭାରତୀୟ ଦୂତାବାସ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚିତ କରାଯାଇଛି। ଇତିମଧ୍ୟରେ  ମନ୍ଦିର ପରିସରରେ ଶାନ୍ତିପୂର୍ଣ୍ଣ ଭାବେ ୨୫୦ ଭାରତୀୟଙ୍କୁ ଜୀବନ ପ୍ରମାଣପତ୍ର ବଣ୍ଟନ କରାଯାଇଛି।   

Leave a Reply

Your email address will not be published. Required fields are marked *