ପଞ୍ଚାନନ ଅଗ୍ରୱାଲା
ଜାମ୍ମୁ କାଶ୍ମୀରର ଅଖନୁରରେ ଗତ ମାସରେ ସୁରକ୍ଷାକର୍ମୀଙ୍କ ସହ ଆତଙ୍କବାଦୀଙ୍କ ଗୁଳି ବିନିମୟ ହୋଇଥିଲା। ଏଥିରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା କିନ୍ତୁ ଏହାର ସଫଳତାର ଶ୍ରେୟ ଭାରତୀୟ ସେନା କୁକୁର ଫାଣ୍ଟମର ବଳିଦାନ ଦ୍ବାରା ହୋଇଥିଲା । ଫାଣ୍ଟମ ଭାରତୀୟ ସେନା ଶାନ ଗ୍ରୁପ ୯ ୟୁନିଟ୍ ମଧ୍ୟରୁ ଗୋଟିଏ ଥିଲା । ଫାଣ୍ଟମ ବେଲ୍ଯମ ମଲିନୋଇସ ପ୍ରଜାତିର ଶ୍ଵାନ ଥିଲା। ସେନା ବାହିନୀ ଗୋଟିଏ ବାହାଦୁର କୁକୁରକୁ ସମ୍ମାନ ସହ ସଲାମି ପ୍ରଦାନ କରିଥିଲେ । ୨୮ ଅକ୍ଟୋବର ସକାଳେ ସୈନ୍ୟ ଶିବିର ଉପରେ ଆତଙ୍କବାଦୀ ଅତର୍କିତ ଗୁଳି ଚଳାଇଥିଲେ । ଗୁଳିକୁ ଭୃକ୍ଷେପ ନ କରି ପାଣ୍ଟମ ଶତ୍ରୁ ଉପରେ ଆକ୍ରମଣ କରିଥିଲା, ଯାହାଫଳରେ ତିନିଜଣ ଆତଙ୍କବାଦୀଙ୍କୁ ସୈନ୍ୟମାନେ ଆକ୍ରମଣ କରି ନିପାତ କରିଥିଲେ। ୧୨ ଅଗଷ୍ଟ ୨୦୨୨ରେ ଆସିଲ୍ ଜଗ ୟୁନିଟରେ ନିଯୁକ୍ତି ଦିଆଯାଇଥିଲା । ଜାମ୍ମୁର ଡିଫେନ୍ସ ପି. ଆର ଓ କହିଥିଲେ ଆମେ ଆମର କୁକୁର ଫାଣ୍ଟମର ସର୍ବୋଚ୍ଚ ବଳିଦାନକୁ ସଲାମ କରୁଛୁ ।
ଗତବର୍ଷ ଜାମ୍ମୁ କାଶ୍ମୀରରେ ଏକ ମୁହାଁମୁହିଁ ଆକ୍ରମଣ ସମୟରେ ଜଣେ ସୈନିକର ପ୍ରାଣ ରକ୍ଷା କରିବାକୁ ଯାଇ ସୈନ୍ୟ ବାହିନୀର କୁକୁର କେଣ୍ଟର ମୃତ୍ୟୁ ଘଟିଥିଲା । ତାର ବୟସ ୫ବର୍ଷ ଥିଲା । ଏହା ପୂର୍ବରୁ ସେ ଶତ୍ରୁ ପକ୍ଷ ସଂଘର୍ଷର ୯ଗୋଟି ଅପରେସନରେ ଭାଗ ନେଇଥିଲା। କେଣ୍ଟର ଶରୀରକୁ ତ୍ରିରଙ୍ଗା ପତାକା ଘୋଡ଼ାଇ ଦିଆଯାଇଥିଲା । ତାକୁ ଅନ୍ତିମ ସମ୍ମାନ ଦିଆଯାଇଥିଲା।
ଅକ୍ଟୋବର ୨୦୨୩ରେ ଭାରତୀୟ ସେନାର ୨୮ତମ ଆର୍ମି ଡଗ୍ ୟୁନିଟର କୁକୁର ‘କୁମ’କୁ ମରଣୋତ୍ତର ସମ୍ମାନରେ ସମ୍ମାନିତ କରାଯାଇଥିଲା ୧୩ ଅକ୍ଟୋବର ୨୦୨୩ରେ । ଜାମ୍ମୁକାଶ୍ମୀର ଅନନ୍ତନାଗର ‘ଅପରେସନ ତଙ୍ଗପାଖ’ରେ ଦୁଇଟି ଗୁଳି ବାଜିବାରୁ କୁମର ମୃତ୍ୟୁ ହୋଇଥିଲା। କୁମର ଚିକିତ୍ସା ୫୪ ଆଡଭାନ୍ସ ଫିଲ୍ଡ ଲେଟନାରୀ ହସପିଟାଲରେ ଚିକିତ୍ସା ଚାଲିଥିବାବେଳେ ତା’ର ଶେଷ ନିଃଶ୍ୱାସ ଚାଲିଗଲା। ମୃତ୍ୟୁବେଳେ ତୁମର ବୟସ ମାତ୍ର ୨ ବର୍ଷ ଥିଲା । ଗତବର୍ଷ ୨୬ ଆମିଡର୍ ୟୁନିଟର କୁକୁର ‘ଏକଲ ୨୦୨୨ ଜୁଲାଇରେ ଜାମ୍ମୁ କାଶ୍ମୀରରେ ‘ଆତଙ୍କବାଦ ବିରୋଧୀ ରକ୍ଷକରେ ସାମିଲ ଥିଲା । ଏକ୍ସଲ ଦୀର୍ଘ ଆଠ ଘଣ୍ଟା ଅପରେସନରେ ସହଯୋଗ କଲାପରେ ଆତଙ୍କବାଦୀମାନେ ତାକୁ ମାରି ଦେଇଥିଲେ । ଏହି ଅପରେସନରେ ଆର୍ମିନସ୍ ‘ବାଳାଳ’ ମଧ୍ୟ ସାମିଲ ଥିଲା। କୁମ ଆଉ ଏକ୍ସଲ ଦୁହେଁ ବେଲଜିୟମ ଶେପର୍କ ପ୍ରଜାତିର କୁକୁର ଥିଲେ।
ଭାରତୀୟ ସେନାରେ ବର୍ତ୍ତମାନ ସମୟରେ ୨୫ଟି ପୂଣ୍ଠ ଶୂନ ୟୁନିଟ ଆଉ ୨ଟି ଅଦ୍ଧ ୟୁନିଟ ରହିଛି । ଏହି ୟୁନିଟ୍ଗୁଡ଼ିକରେ ପ୍ରାୟ ୧୨୦୦ ପ୍ରଶିକ୍ଷିତ କୁକୁର ଅଛନ୍ତି । ପେସାଗତ ପ୍ରଶିକ୍ଷଣ ପ୍ରାପ୍ତ କରିବା ପରେ ଏମାନେ ବିଭିନ୍ନ କାର୍ଯ୍ୟରେ ନିଯୋଜିତ ହୋଇଥାନ୍ତି। ସୁରକ୍ଷା ବ୍ୟବସ୍ଥା, ବିସ୍ଫୋରକ ସାମଗ୍ରୀ ଗୁଡ଼ିକର ସନ୍ଧାନ ନେବା, ଡ୍ରଗ୍ସ ସହିତ ପ୍ରତିବନ୍ଧିତ ସାମଗ୍ରୀଗୁଡ଼ିକୁ ଆଘ୍ରାଣ କରିବା, ସମାବିତ ଲକ୍ଷ୍ୟଗୁଡ଼ିକ ଉପରେ ଆକ୍ରମଣ କରିବାରେ ଏମାନଙ୍କୁ ନିୟୋଜିତ କରାଯାଏ । ଏମାନେ ଅପରାଧୀ ଓ ଆତଙ୍କବାଦୀଙ୍କୁ ଖୋଳିବାରେ ସାହାଯ୍ୟ ପାଇଁ ତଲାସୀ ଅଭିଯାନରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ଉଲ୍ଲେଖନୀୟ ଯେ ମିରଟ ସ୍ଥିତ ରିମାଉଣ୍ଟ ଭେଟେରିନାରୀ କର୍ପସ୍ ସ୍କୁଲର ସ୍ଥାପନା ୧୯୬୦ରେ କୁକୁରମାନଙ୍କୁ ପ୍ରଶିକ୍ଷଣ ନେବାପାଇଁ ଖେଲା ଯାଇଥିଲା। ସେଠାରେ ସେମାନଙ୍କୁ କୌଶଳ ଶିକ୍ଷା ଦିଆ ହୁଏ ।
କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳରୁ ପ୍ରଶିକ୍ଷିତ ୧୦ଟି ଭାରତୀୟ କୁକୁର ପ୍ୟାରିସ ଅଲିମ୍ପିକର ତଦାରଖ ପାଇଁ ଯାଇଥିଲେ । ସେମାନେ ଆମ ଦେଶର ଗୌରବ ବୃଦ୍ଧି କରିଥିଲେ। ସିଏପିଏଫ ଦେଶର ସବୁଠାରୁ ବଡ଼ ପୁଲିସ କୁକୁର ଉପଯୋଗକାରୀ । ପ୍ରାୟ ୪୦୦୦ କୁକୁର ସିଏପିଏଫ ପାଖରେ ରହିଛି। ଆତଙ୍କବାଦ ନିରୋଧୀ ସଂଗଠନ ରାଷ୍ଟ୍ରୀୟ ସୁରକ୍ଷା ଗାଡ଼ି ପାଖରେ ପ୍ରାୟ ୧୦୦ କୁକୁର ଅଛନ୍ତି। ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ୨୦୧୯ରେ ପୁଲିସ ଆଧୁନିକୀକରଣ କାର୍ଯ୍ୟକ୍ରମ ମାଧ୍ୟମରେ କୁକୁରମାନଙ୍କ ପ୍ରଜନନ, ପ୍ରଶିକ୍ଷଣ ଆଉ ମନୋନୟନ ପାଇଁ ସ୍ଥିର କରିଥିଲା । କୁକୁରମାନଙ୍କୁ ୯ ଗୋଟି ଗୋଷ୍ଠୀ କରାଯାଇଥିଲା ।
ଓଡ଼ିଶା ପୁଲିସରେ ସନ୍ଧାନୀ କୁକୁର ଅଭାବ ଦେଖାଦେଇଛି । ତେଣୁ ଅପରାଧ ଓ ଅପରାଧୀ ଚିହ୍ନଟରେ ବିଳମ୍ବ ହେଉଛି । ଅପରାଧ ଘଟିଲେ କଟକ-ଭୁବନେଶ୍ବରରୁ କୁକୁର ମଗାଯାଇଛି। ସୂଚନା ଅନୁଯାୟୀ ଏବେ ସମୁଦାୟ ୩୦ଟି ଜିଲ୍ଲା ମଧ୍ୟରୁ ୧୯ଟି ଜିଲାରେ ମୋଟ ୨୫ଟି ସନ୍ଧାନୀ କୁକୁର ଥିବାବେଳେ ୧୧ଟି ଜିଲାରେ ସନ୍ଧାନା କୁକୁର ନଥିବା ଜଣାପଡ଼ିଛି । ଗତବର୍ଷ ନୂଆକରି ବେଲିଜିଆନ ମିଲେନ୍ସ ପ୍ରଜାତିର ୨୩ଟି କୁକୁରକୁ କେ-୯ ସ୍ପାଡ଼ରେ ସାମିଲ କରାଯାଇଛି । ସ୍ୱତନ୍ତ୍ର ସୀମାବଳ ଇଣ୍ଡୋ-ତିବ୍ଡିଆନ ବର୍ଡ଼ର ପୁଲିସରୁ ଏହି ବ୍ରିଡ଼ର କୁକୁର କିଣାଯାଇ ଏବେ ପ୍ରଶିକ୍ଷଣ ଦିଆଯାଇଛି। ରାଜ୍ୟରେ ୨୩ଟି ବେଳଳିଆଳ ପ୍ରଜାତିର କୁକୁରକୁ ମିଶାଇ ଏବେ ୧୨ଟି ଜର୍ମାନ ସେପର୍ଡ଼, ୯ ଟି ଲାବ୍ରାଡ଼ୋର, ଗୋଟିଏ ଡ଼ୋବରମ୍ୟାନ ସନ୍ଧାନା କୁକୁର ରହିଛି । ମାଓ ପ୍ରବଣ ଅଞ୍ଚଳ ହେଉ ବା ଅନ୍ୟ ସନ୍ଦିଗ୍ଧ ସ୍ଥାନରେ ବିସ୍ଫୋରକ ସାମଗ୍ରୀ ସନ୍ଧାନ କରିବା ଓ ଅପରାଧୀ ଗତିବିଧି ଜାଣିବାପାଇଁ ପୁଲିସ ବାହିନୀ ପାଇଁ ଯଥେଷ୍ଟ ସଂଖ୍ୟାରେ ସନ୍ଧାନ କୁକୁର ଆବଶ୍ୟକତା ରହିଛି।
ଭୁବନେଶ୍ବର