ପାକିସ୍ତାନକୁ ଗୋପନ ତଥ୍ୟ ଦେଉଥିବା ଭାରତୀୟ ଗିରଫ


ଅହମ୍ମଦାବାଦ,୨୯ ।୧୧: ସୁରକ୍ଷା ଏଜେନ୍ସିର ର ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗୁଜରାଟ ଏଟିଏସ୍ ଜଣେ ଭାରତୀୟ ଯୁବକଙ୍କୁ ଗରିଫ କରିଛି।ସେହେଲା ଦିନେଶ ଗୋହିଲ। ଗୋହିଲ ଓଖା ବେଳାଭୂମିରେ ଏକ ଘରୋଇ କଂପାନିରେ ଏଜେଣ୍ଟ ଭାବେ ଚାକିରି କରୁଥିଲା। ଏହି ଆଳରେ ଓଖା,ଦ୍ବାରକା ଓ ଜାମନଗରରୁ ଭାରତୀୟ ସୈନିକମାନଙ୍କ ସହିତ ଜଡିତ ତଥ୍ଯ ପାକିସ୍ତାନକୁ ପଠାଉଥିଲା। ଗୁଜୁରାଟ ଏଟିଏସ ଅନୁସାରେ କିଛି ଦିନ ହେଲା ଭାରତୀୟ ତଟରକ୍ଷୀ ବାହିନୀ ଓ ସାମୁଦ୍ରିକ ସୀମା ସହିତ ଜଡ଼ିତ ଗୁରୁତ୍ଵପୂର୍ଣ୍ଣ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପାକିସ୍ତାନ ଯାଏ ପହଞ୍ଚୁଥିଲା। ଏଥିନେଇ ଗୁ ଜରାଟ ଏଟିଏସ୍‌ର ଟିମ୍ ଓଖାରେ ରହୁଥିବା ଜଣେ ଯୁବକକୁ ଟ୍ରାକ୍ କରୁଥିଲା। ତାକୁ ଗିରଫ କରାଯିବା ପରେ ସେ ତଟରକ୍ଷୀ ବାହିନୀର ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପାକିସ୍ତାନକୁ ଦେଇଥିବା ଜଣାପଡ଼ିଛି। ଜେରାବେଳେ ଗୋହିଲ କହିଛି ଯେ, ସୋସିଆଲ୍ ମିଡିଆ ଜରିଆରେ ସେ ପାକିସ୍ତାନର କିଛି ଲୋକଙ୍କ ଯୋଗାଯୋଗରେ ଆସିଥିଲା। ଅର୍ଥ ଲୋଭରେ ଭାରତୀୟ ତଟରକ୍ଷୀ ବାହିନୀ ଓ ସାମୁଦ୍ରିକ ସୀମା ସହିତ ଜଡ଼ିତ ଗୁରୁତ୍ଵପୂର୍ଣ୍ଣ ଫଟୋ ପାକିସ୍ତାନ ପଠାଇଥିଲା। ପୁଲିସ ଗୋହିଲ ସହିତ ଯୋଗାଯୋଗରେ ଥିବା ଲୋକଙ୍କ ସଂପର୍କରେ ଯାଞ୍ଚ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *