ସାବରମତୀ ରିପୋର୍ଟ କରମୁକ୍ତ


ଗୋଧ୍ରା ଟ୍ରେନ୍ ପୋଡ଼ି ଘଟଣା ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ର ‘ଦ ସାବରମତୀ ରିପୋର୍ଟ’କୁ କରମୁକ୍ତ (ଟ୍ୟାକ୍ସ ଫ୍ରି) କରିଛନ୍ତି ରାଜ୍ୟ ସରକାର। ୨୦୦୨ ମସିହାରେ ହୋଇଥିବା ଏହି ଘଟଣା ଉପରେ ପର୍ଯ୍ୟବେସିତ । ଚଳଚ୍ଚିତ୍ରଟି ଏବେ ଓଡ଼ିଶାର ପ୍ରେକ୍ଷାଳୟଗୁଡିକରେ ପ୍ରଦର୍ଶିତ ହେଉଛି । ଚଳଚ୍ଚିତ୍ରର ଗୁଣାତ୍ମକ ଓ ଭାବନାତ୍ମକ କାହାଣୀ ଦୃଷ୍ଟିରୁ ଏହାକୁ ଅଧିକରୁ ଅଧିକ ଲୋକ ଦେଖୁ ବାର ଆବଶ୍ୟକତା ରହିଛି। ତେଣୁ ଓଡ଼ିଶାର ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ମୁତାବକ ଏହି ଚଳଚ୍ଚିତ୍ରକୁ ରାଜ୍ୟରେ କରମୁକ୍ତ କରାଯିବାର ନିଷ୍ପଭି ନିଆଯାଇଛି ବୋଲି ଗୃ ହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ପରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ଏହି ଚଳଚ୍ଚିତ୍ରକୁ କରମୁକ୍ତ କରାଯାଇଥିବା ମୁଖ୍ୟମନ୍ତ୍ରୀ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି। ଏହା ଜାଣିବା ପରେ ‘ଦ ସାବରମତୀ ରିପୋର୍ଟ’ର ନିର୍ମାତା ଏକତା କପୁର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *