କେ-୪ ବାଲିଷ୍ଟିକ୍ ମିସାଇଲରସଫଳ ପରୀକ୍ଷଣ


ନୂଆଦିଲ୍ଲୀ, ୨୮୧୧:ଭାରତୀୟ ନୌସେନା ବୁଧବାର କେ-୪ ବାଲିଷ୍ଟିକ୍ ମିସାଇଲର ସଫଳ ପରୀକ୍ଷଣ କରିଛି। ବିଶାଖାପାଟନମ୍‌ରେ ଆଣବିକ ବୁଡ଼ାଜାହାଜ ଅରିଘାତରୁ ଏହି ଟେଲିଂ କରାଯାଇଛି । ଅରିଘାତ ହେଉଛି ଆଇଏସ୍ଏସ୍ ଅରିହ ନ୍ତର ଅପଗ୍ରେଡେଡ୍ ଭର୍ସନ। ଭାରତୀୟ ନୌସେନାର ଶିପ୍ ବିଲିଂ ସେଣ୍ଟର (ଏସ୍ସି) ରେ ୨୦୧୭ରେ ଅରିଘାତର ନିର୍ମାଣ କରଯାଇଥିଲା। ଏହି ବୁଡ଼ାଜାହାଜର ଓଜନ ୬ ହଜାର ଟନ୍ ହେବ। ସେହିପରି ପରୀକ୍ଷଣ ହୋଇଥିବା ବାଲିଷ୍ଟିକ୍ ମିସାଇଲର ରେଞ୍ଜ୍ ୩,୫୦୦ କିମି ରହିଛି। ଆଗକୁ ନୌସେନା ଏହି ମିସାଇଲ ସିଷ୍ଟମର ଅଧିକ ପରୀକ୍ଷଣ କରିବ ବୋଲି ଯୋଜନା ରଖୁଛି। ଭାରତୀୟ ନୌସେନା ଅଦ୍ୟାବଧୂ ୩ ଆଣବିକ ବୁଡ଼ାଜାହାଜ ପ୍ରସ୍ତୁତ କରିଛି। ଅରିହତ ଏବଂ ଅରିଘାତକୁ ନୌସେନାରେ ସାମିଲ କରାଯାଇଥିବାବେଳେ ଏବେ ଏସ୍ ଉପରେ ପରୀକ୍ଷଣ ଚାଲିଛି। ଏହି ବୁଡ଼ାଜାହାଜଗୁଡ଼ିକରୁ ପରମାଣୁ ମିସାଇଲ ଛଡ଼ା ଯାଇପାରିବ। ୨୦୨୨ ଅକ୍ଟୋବର ୧୪ରେ ଅରିହନ୍ତରୁ କେ-୧୫ ଏସ୍ଏଲ୍‌ବିଏମ୍ ମିସାଇଲର ସଫଳ ଟେଷ୍ଟି କରାଯାଇଥିଲା। ଏହାଯୋଗୁ ଆମେରିକା, ରୁଷ, ବ୍ରିଟେନ, ଫ୍ରାନ୍ସ ଏବଂ ଚୀନ୍ ପରେ
ଭାରତ ଦୁନିଆର ୬ଷ୍ଠ ନ୍ୟୁକ୍ଲିୟର ଟ୍ରାଏଡ୍ ଦେଶ ହୋଇଥିଲା। ଆମେରିକା ପାଖରେ ଟ୍ରାଇଡେଣ୍ଟ ଡି୫ ନାମରେ ୧୨ ହଜାର କିମି ରେଞ୍ଜର ଏସ୍ଏଲ୍‌ଏମ୍ ମିସାଇଲ ରହିଛି। ସେହିପରି ଫ୍ରାନ୍ସ ନିକଟରେ ୧୦ ହଜାର କିମି ରେଞ୍ଜର ଏମ୍୫୧, ରୁଷ୍ ପାଖରେ ୮,୩୦୦ କିମି ରେଞ୍ଜର ଆର୍-୨୯ଆରଏମ୍‌ ସିନେଭା, ବ୍ରିଟେନ୍ ନିକଟରେ ୧୨ ହଜାର କିମିର ଟ୍ରାଇଡେଣ୍ଟ ଡି୫ ଏବଂ ଚୀନ୍ ପାଖରେ ୮ ହଜାର କିମି ରେଞ୍ଜର ଜେଏଲ୍-୨ ଏସ୍ଏଲ୍‌ଏମ୍ ମିସାଇଲ ରହିଛି।

Leave a Reply

Your email address will not be published. Required fields are marked *