Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସମ୍ବଲ ହିଂସା | ଅସ୍ତ୍ରଶସ୍ତ୍ର ସହ ଲୋକଙ୍କୁ ସମବେତ ହେବାକୁ ଆହ୍ବାନ ଦିଆଯାଇଥିଲା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସମ୍ବଲ ହିଂସା | ଅସ୍ତ୍ରଶସ୍ତ୍ର ସହ ଲୋକଙ୍କୁ ସମବେତ ହେବାକୁ ଆହ୍ବାନ ଦିଆଯାଇଥିଲା


ନୂଆଦିଲ୍ଲୀ, ୨୮/୧୧: ଏକ ଅଡିଓ କ୍ଲିପ୍‌ ଜଣାପଡିଛି ଯେ, ସମ୍ବଲରେ ଏକ ମସଜିଦର ସର୍ଭେକୁ ନେଇ ଘଟିଥିବା ହିଂସାକାଣ୍ଡ ସମୟରେ କିପରି ଅଧିକ ଲୋକଙ୍କୁ ଅସ୍ତ୍ରଶସ୍ତ୍ର ସହ ଏକାଠି କରାଯାଇଥିଲା । ଏହି ହିଂସାକାଣ୍ଡରେ ପୁଲିସ ସହ ଧସ୍ତାଧସ୍ତି ହେବାରୁ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଜଣେ ସନ୍ଦିଗ୍ଧଠାରୁ ଜବତ ହୋଇଥିବା ମୋବାଇଲ୍ ଫୋନ୍‌ରୁ ତଦନ୍ତକାରୀ ଦଳ ଏହି ଅଡିଓ କ୍ଲିପ୍ ପାଇଛି। ଅଡ଼ିଓରେ ଜଣେ ଅଜ୍ଞାତ ବ୍ୟକ୍ତି ମୋଗଲ ଯୁଗର ସାହି ଜାମା ମସଜିଦ୍ ନିକଟରେ ଅଧିକ ଲୋକଙ୍କୁ ଏକାଠି ହେବାକୁ ଆହ୍ବାନ ଦେଉଥିବା ଶୁଣିବାକୁ ମିଳୁଛି। ‘ସାମାନ ଲେକର ଆ, ମସଜିଦ୍ କେ ପାସ୍ ମେରେ ଭାଇ କା ଘର ହେଁ (ଅସ୍ତ୍ରଶସ୍ତ୍ର ଆଣି ମସଜିଦ ନିକଟକୁ ଆସ, ମୋ ଭାଇଙ୍କ ଘର ନିକଟରେ ଅଛି) ବୋଲି ବ୍ୟକ୍ତି ଜଣକ କହୁଥିବା ଶୁଣିବାକୁ ମିଳୁଛି ।
ପୁଲିସ ଏପର୍ଯ୍ୟନ୍ତ ୨୫ ଜଣଙ୍କୁ ଗିରଫ କରିବା ସହ ୭ଟି ଏଫ୍‌ଆଇଆର୍ ରୁଜୁ କରିଛି। ଏତଲାରେ ସମାଜବାଦୀ ପାର୍ଟି ସାଂସଦ ଜିଆ-ୟୋର ରେହମାନ ବାର୍କ ଓ ସ୍ଥାନୀୟ ବିଧାୟକ ଇକବାଲ ମେହମୁଦଙ୍କ ପୁଅ ସୋହେଲ ଇକବାଲଙ୍କ ନାମ ରହିଛି। ପୁଲିସ ଏତଲାରେ ଅଭିଯୋଗ କରିଛି ଯେ ହିଂସାକାଣ୍ଡର କିଛି ଦିନ ପୂର୍ବରୁ ବାର୍କ ସାହି ଜାମା ମସଜିଦକୁ ଯାଇ ଉତ୍ତେଜନାମୂଳକ ମନ୍ତବ୍ୟ ଦେଇଥିଲେ। ଶାହି ଜାମା ମସଜିଦରେ ପୂର୍ବରୁ ଏକ ମନ୍ଦିର ଥିବା ଦାବି ହେବା ପରେ ସ୍ଥାନୀୟ ଅଦାଲତ ଏହାର ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଉତ୍ତର ପ୍ରଦେଶ ସହରରେ ଉତ୍ତେଜନା ପ୍ରକାଶ ପାଇଥିଲା। ରବିବାର ବିକ୍ଷୋଭକାରୀମାନେ ମସଜିଦ ନିକଟରେ ଏକତ୍ରିତ ହୋଇ ସର୍ଭେ ଟିମ୍ ସହ ଥିବା ପୁଲିସ ସହ ଧସ୍ତାଧସ୍ତି କରିବାରୁ ହିଂସାକାଣ୍ଡ ଘଟିଥିଲା। ଏହି ହିଂସାକାଣ୍ଡରେ ସୁରକ୍ଷାକର୍ମୀଙ୍କ ଉପରକୁ ପଥର ମାଡ଼ କରାଯିବା ସହ ଗାଡ଼ିଗୁଡ଼ିକରେ ନିଆଁ ଲଗାଇ ଦିଆଯାଇଥିଲା। ଏଥିରେ ୫ ଜଣଙ୍କ ମୃତ୍ୟୁ ହେବା ସହ ୨୦ରୁ ଅଧିକ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।

Leave a Reply