ଔପଦା, ୧୭।୧୧: ବାଲେଶ୍ଵର ଜିଲ୍ଲା ଔପଦା ଥାନା ରାଲରାମଚନ୍ଦ୍ରପୁର ପଞ୍ଚାୟତରେ ବସବାସ କରୁଥିବା ଆଦିବାସୀମାନଙ୍କୁ ଧର୍ମ ପରିବର୍ତନ ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଅଟକ ରଖିଥିଲା। ରାଇରାମଚନ୍ଦ୍ରପୁର ପଞ୍ଚାୟତ ମହିଷା ଡାଳି ରାଜସ୍ଵ ଗ୍ରାମର ଆଦିବାସୀ ବସ୍ତି କେତକୀଟୁରି ଗ୍ରାମ ନିକଟ ଜଙ୍ଗଲରେ ଏହି ବ୍ୟକ୍ତିମାନେ ଧର୍ମ ପରିବର୍ତ୍ତନ ପାଇଁ ପ୍ରବତାଉ ଥିଲେ । ଏ ନେଇ ପଡ଼ୋଶୀ ଫତେପୁର ପଞ୍ଚାୟତର ତିମିରିଟୁଆ ଓ ହରିଚନ୍ଦନପୁର ଗ୍ରାମବାସୀ ଜାଣି 20024 ନଭେମ୍ବର 17 ତାରିଖ ଦିନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ପହଞ୍ଚି ଧର୍ମାନ୍ତରୀକରଣ ପାଇଁ ଉଦ୍ୟମ କରୁଥିବା ଔପଦା ଓ ଖଇରା ଅଞ୍ଚଳର ୪ଜଣଙ୍କୁ ଥାନାକୁ ନେଇଯାଇଥିଲେ । ଏନେଇ ଥାନାରେ ଏକ ମାମଲା (ନଂ.୨୨୫/୨୪) ରୁଜୁ ହୋଇଛି।