ଗୁଣପୁରସ୍ଥିତ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶ୍ରୀ ଗୁରୁଜୀ ପ୍ରଭାତ ବ୍ୟବସାୟିକ ଶାଖା ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

ଆରଏସ୍ଏସ୍ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ
ଗୁଣପୁର, ୧୭/୧୧: ଗୁଣପୁରସ୍ଥିତ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶ୍ରୀ ଗୁରୁଜୀ ପ୍ରଭାତ ବ୍ୟବସାୟିକ ଶାଖା ପକ୍ଷରୁ ସଫେଇ କାର୍ଯ୍ୟକ୍ରମ କରାଯାଇଛି। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବଂଶଧାରା ନଦୀ ପଠାରେ ବୋଇତ ବନ୍ଦାଣ ଏବଂ ଡଙ୍ଗା ଭସାଣ ହୋଇଥିଲା। ଶ୍ରଦ୍ଧାଳୁମାନେ ବାଲି ପଠାରେ ପଲିଥିନ୍, ପ୍ଲାଷ୍ଟିକ ବୋତଲ ସହ ଅନ୍ୟ ଆବର୍ଜନା ପକାଇ ଥିବାରୁ ପରିବେଶ ଦୂଷିତ ହୋଇପଡ଼ିଥିଲା। ମାନବିକତା ଦୃଷ୍ଟି କୋଣରୁ ଆରଏସଏସ୍ ପକ୍ଷରୁ ନଭେମ୍ବର 17 ତାରିଖ ସକାଳେ ବଂଶଧାରା ନଦୀ ତଟରେ ସଫେଇ କରାଯାଇଥିଲା। ପ୍ରଫୁଲ୍ଲ କୁମାର ଶତପଥୀ, ରବୀନ୍ଦ୍ର କୁମାର ପଣ୍ଡିତ, ସାରଙ୍ଗ ଶ୍ରୀରାମ, ପି. ଗୋବିନ୍ଦ ରାଓ, କୁଞ୍ଜ କଂଶବେହେରା, ପୁଷ୍ପରାଜ ପୃଷ୍ଟି ପ୍ରମୁଖ ସ୍ବୟଂ ସେବକଙ୍କ ନେତୃତ୍ବରେ ବହୁ ସଦସ୍ୟ ଯୋଗ ଦେଇ ସଫେଇ କରିଥିଲେ । ଏଭଳି ମହତ କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରସଂଶା କରାଯାଇଛି।

Leave a Reply

Your email address will not be published. Required fields are marked *