ରମଜାନ ଲାକ, ସେକ ଫିରୋଜ, ସେକ୍ ମୈରୁଦ୍ଦିନ ରେମୁଣା ପୁଲିସ ଦ୍ବାରା ଗିରଫ


ରେମୁଣା: ରେମୁଣା ଏନ୍ଏସି ଅନ୍ତର୍ଗତ ଇସ୍ପାତ ଛକ ନିକଟରେ କିଛି ଦିନ ହେଲା ୩ରୁ ୪ ଜଣ ସହଯୋଗୀ ଭଡ଼ା ଘର ନେଇ ରହୁଥିଲେ। ଦିନରେ ସେମାନେ ଘରେ ରହୁଥିବା ବେଳେ ବିଳମ୍ବିତ ରାତିରେ ବାହାରକୁ ବାହାରି ବିଭିନ୍ନ ଅପରାଧ ଘଟାଉଥିଲେ। ୨ ଦିନ ପୂର୍ବରୁ ସନ୍ଧ୍ୟା ୬ଟା ବେଳେ ରେମୁଣା ଥାନା ଅଧିକାରୀ ରଞ୍ଜୁ ହାସିନୀ କୁଲୁ ବିଶେଷସୂତ୍ରରୁ ଖବର ପାଇ ଉକ୍ତ ଭଡ଼ା ଘରେ ଚଢାଉ କରିଥିଲେ। ଏହି ଘରେ ବିଭିନ୍ନ ପ୍ରକାରର ଅନୈତିକ କାମ ସହ ଆଖପାଖ ଅଞ୍ଚଳରୁ ଚୋରି କରି ସାମଗ୍ରୀ ମହଜୁଦ୍ କରି ରଖାଯାଉଥିବା ଥାନା ଅଧିକାରୀ ଜାଣିବାକୁ ପାଇଥିଲେ।
ଏହି ଘରୁ ରହୁଥିବା ଅଭିଯୁକ୍ତ ରମଜାନ ଲାକ, ସେକ ଫିରୋଜ, ସେକ୍ ମୈରୁଦ୍ଦିନକୁଗିରଫକରିଥିଲେ | ରମଜାନରଘର ପଶ୍ଚିମବଙ୍ଗ ହୋଇଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତ ବାଲେଶ୍ଵର ସହର ଅରଡ଼ବଜାରର ଉକ୍ତ ଘରୁ ୨୫କିଲୋ ଓଜନର ତମ୍ବା ତାର, ତା ସହିତ ଟାୱାର ବ୍ୟାଟେରି ଏଚବିଏଲ କମ୍ପାନିର ୪ଟି, ଅଟୋମେଟିକ ଏସି ଭୋଲ୍ଟେଜ ଷ୍ଟାବିଲାଇଜର ୨ଟି ଓ ତେଜସ କମ୍ପାନିର ଗୋଟିଏ ଟାୱାର ମେସିନ ପୁଲିସ ଜବତ କରିଛି। ଏହି ଅଭିଯୁକ୍ତମାନେ ବିଭିନ୍ନ ସାମଗ୍ରୀ ଚୋରି ଏହାକୁ ବିକ୍ରୟ କରି ଟଙ୍କା ନିଜ ନିଜ ଭିତରେ ବାଣ୍ଟି ନେଉଥିଲେ । ଏହି ଘଟଣାର ଅଭିଯୁକ୍ତ ଙ୍କୁ ଗିରଫ କରାଯାଇ କେସ ନଂ. ୧୮୦/୨୪ରେ ମାମଲା ରୁଜୁ କରାଯାଇଥିବା ରେମୁଣା ପୁଲିସ ସୂତ୍ରରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *