ଗୋରୁ ବୋଝେଇ ଗାଡ଼ି ଜବତ

ଗୋରୁ ବୋଝେଇ ଗାଡ଼ି ଜବତ
ଆଠଗଡ଼: ଆଠଗଡ଼ ଥାନା ପୁଲିସ ସୋମବାର ରାତିରେ ଦହିସରା ଛକ ନିକଟରୁ ଏକ ଗୋରୁ ବୋଝେଇ ପିକ୍‌ଅପ୍ ଭ୍ୟାନ୍ ଜବତ କରିଛି। ଢେଙ୍କାନାଳ ଥାନା ଅନ୍ତର୍ଗତ ଶଙ୍କରପୁର ଗ୍ରାମରୁ ୮ରୁ ୧୦ଟି ଗାଈ ନେଇ ଗାଡ଼ି କଟକ ଯାଉଥିବା ଜଣାପଡ଼ିଛି। ଖବର ପାଇ ଏସ୍‌ଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ ଓ ଆଠଗଡ଼ ଥାନା ଆଇଆଇସି ଅନିରୁଦ୍ଧ ମୁଦୁଲି ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଗୋରକ୍ଷକମାନେ କିଛି ଗାଈଙ୍କୁ ଗାଡ଼ିରୁ ଛାଡ଼ି ଦେଇଥିଲା ବେଳେ ଡ୍ରାଇଭର୍ ଫେରାର ହୋଇଯାଇଥିବା ସୂଚନା ମିଳିଛି। ପୁଲିସ ଗାଡ଼ି ଜବତ କରିବା ସହ ଉଦ୍ଧାର ଦୁଇ ଗାଈ ଚୌଦ୍ଵାର ଗୋଶାଳାକୁ ପଠାଇଛି। ଏ ନେଇ ଥାନାରେ ଏକ ମାମଲା ରୁଜୁ କରାଯାଇ ଥିବା ଆଇଆଇସି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *