ସନ୍ଥପଡା ପଞ୍ଚାୟତରେ ଅଯୋଧ୍ୟାରୁ ଆସିଥିବା ଅକ୍ଷତ ଓ ନିମନ୍ତ୍ରଣ ପତ୍ର ବଣ୍ଟନ

ତାଳଚେର: ଦୀର୍ଘ ୫୦୦ବର୍ଷ ପରେ ଶ୍ରୀରାମ ଜନ୍ମଭୂମୀ ଅଯୋଧ୍ୟାରେ ଆସନ୍ତା ଜାନୁୟାରୀ ୨୨ ତାରିଖରେ ପ୍ରଭୁ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା ହେବ । ଏହାକୁ ନେଇ ସମଗ୍ର ଦେଶରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଛି । ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଅଯୋଧ୍ୟା ପକ୍ଷରୁ ସମଗ୍ର ଦେଶରେ ସମସ୍ତଙ୍କ ଘରେ ଘରେ ଯାଇ ଅଯୋଧ୍ୟାରୁ ଆସିଥିବା ଅକ୍ଷତ,ନିମନ୍ତ୍ରଣ ପତ୍ର, ଭଗବାନଙ୍କ ଫୋଟ ଚିତ୍ର ବଣ୍ଟନ କରାଯାଉଛି । ତାଳଚେରରେ ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଅଯୋଧ୍ୟା ପକ୍ଷରୁ ଘର ଘର ବୁଲି ନିମନ୍ତ୍ରଣ ପତ୍ର, ଅକ୍ଷତ ଓ ପ୍ରଭୁ ଶ୍ରୀରାମଙ୍କ ଫୋଟ ଚିତ୍ର ବଣ୍ଟନ କରାଯାଇଛି । ସମଗ୍ର ତାଳଚେରରେ ସବୁ ଘରେ ନିମନ୍ତ୍ରଣ ପହଁଚାଇବା ପାଇଁ ସ୍ୱତନ୍ତ୍ର ଭାବେ ଦାୟିତ୍ୱ ବଣ୍ଟନ କରାଯାଇଛି । ତାଳଚେର ବ୍ଲକର ବିଭିନ୍ନ ପଂଚାୟତରେ ସବୁ ଘରକୁ ଘର ଯାଇ ଭବ୍ୟ ପରିବେଶ ମଧ୍ୟରେ ନିମନ୍ତ୍ରଣ ପତ୍ର ଓ ଅକ୍ଷତ ବଣ୍ଟନ କରାଯାଉଛି । ଏହି ପରିପ୍ରେକ୍ଷୀରେ ତାଳଚେର ବ୍ଲକର ସନ୍ଥପଡା ପଂଚାୟତର ସମସ୍ତ ଗ୍ରାମରେ ଶତାଧିକ ରାମଭକ୍ତ ମାନେ ଶୋଭାଯାତ୍ରାରେ ସାମିଲ ହୋଇ ଅକ୍ଷତ ଓ ନିମନ୍ତ୍ରଣ ପତ୍ର ବଣ୍ଟନ କରିଥିଲେ । ଜାନୁଆରୀ ୨୨ତାରିଖରେ ସମସ୍ତଙ୍କ ଘରେ ଦିନ ୧୧ଟାରୁ ୧ଘଟିକା ମଧ୍ୟରେ ପୂଜାର୍ଚ୍ଚନା କରିବା ସହ ସନ୍ଧ୍ୟାରେ ଦୀପ ଜାଳି ଦୀପାବଳି ଉତ୍ସବ ପାଳନ କରିବାକୁ ନିବେଦନ କରିଥିଲେ । ସେହିଭଳି ସମସ୍ତ ମନ୍ଦିରକୁ ସ୍ୱଚ୍ଛ କରି ସ୍ୱତନ୍ତ୍ର ଭାବେ ପୂଜାର୍ଚ୍ଚନା କରିବାକୁ ନିବେଦନ କରାଯାଇଛି । ରାମଭକ୍ତ କାଳନ୍ଦି ସାମଲ,ପର୍ଶୁରାମ ବାରିକ, ମାୟାଧର ସାହୁ, ସରପଂଚ ସହଦେବ ସାହୁ, ସୋମନାଥ ସାମଲ, ପ୍ରଦୀପ ସାମଲ, ଶଶାଙ୍କ ଗଡ଼ନାୟକ, ରାକେଶ ସାମଲ, କୈଳାସ ମହାନ୍ତି, ଲାଲା ମହାନ୍ତି, ଉଦ୍ଧବ ସାହୁ, ନିର ଭୁତିଆ, ମଦନ ପ୍ରଧାନ, ବାବୁଲି ପ୍ରଧାନ,ଦିବାକର ପ୍ରଧାନ,ଶିବରମ ପ୍ରଧାନ, କହେଁଇ ସାମଲ, ବୁଦ୍ଧିମନ୍ତ ରାଉତ, ସୁନିଲ ସାମଲ, ଇତନୁ ଭୁକ୍ତାଙ୍କ ସମେତ ବହୁ ରାମଭକ୍ତ ସାମିଲ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସଂଘର ବିଭିଧ କ୍ଷେତ୍ରର କାର୍ଯ୍ୟକର୍ତା,ସମସ୍ତ ରାମଭକ୍ତ, ବିଶିଷ୍ଟ ବ୍ୟକ୍ତି, ସଂକୀର୍ତନ ମଣ୍ଡଳୀ, ଧର୍ମାନୁଷ୍ଠାନ ସାମିଲ ହୋଇ ପ୍ରଭୁ ଶ୍ରୀରାମଙ୍କ କାର୍ଯ୍ୟରେ ଭବ୍ୟ ପରିବେଶ ମଧ୍ୟରେ ଅକ୍ଷତ ବଣ୍ଟନ କରୁଛନ୍ତି ।

Leave a Reply

Your email address will not be published. Required fields are marked *