Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଖୁବ୍‌ଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା’ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଖୁବ୍‌ଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା’

ଭୁବନେଶ୍ୱର: ରାଜ୍ୟରେ ଶାସନାଧୀନ ବିଜେପି ସରକାର ଖୁବ୍‌ଶୀଘ୍ର କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ସହ ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନା ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାକୁ କାର୍ଯ୍ୟକ୍ଷମ କରିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏଥିରେ ରାଜ୍ୟର ୧ କୋଟି ପରିବାରର ସାଢେ ୩ କୋଟି ଲୋକଙ୍କୁ ସ୍ୱାସ୍ଥ୍ୟକାର୍ଡ ପ୍ରଦାନ କରାଯିବ । ଏହି କାର୍ଡ ଜରିଆରେ ଦେଶର ୨୭ହଜାରରୁ ଅଧିକ ହସ୍ପିଟାଲରେ କ୍ୟାସଲେସ୍ ସ୍ୱାସ୍ଥ୍ୟସେବା ରାଜ୍ୟବାସୀଙ୍କୁ ମିଳିବ । ୭୦ବର୍ଷ ବୟସରୁ ଊର୍ଦ୍ଧ୍ୱ ସମସ୍ତ ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ଏହି ସ୍ୱାସ୍ଥ୍ୟସୁବିଧା ଯୋଗାଇ ଦିଆଯିବ । ଡାକ୍ତର ମହାଲିଙ୍ଗ ଆହୁରି କହିଥିଲେ ଯେ ଖୁବ୍‌ଶୀଘ୍ର ଓଡ଼ିଶା ନ୍ୟାସନାଲ ଡିଜିଟାଲ ହେଲ୍‌ଥ ମିଶନରେ ସାମିଲ ହେବ । ଏହା ଜରିଆରେ ରାଜ୍ୟର ସବୁ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ରୋଗୀଙ୍କ ତଥ୍ୟର ଡିଜିଟାଲ ମ୍ୟାପିଂ କରାଯାଇପାରିବ । ପ୍ରତି ରୋଗୀଙ୍କୁ ଏକକ ପରିଚୟପତ୍ର ଦିଆଯିବ । ଏଥିରେ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସବୁ ତଥ୍ୟ ରହିବ । ଏପରିକି ଏହି କାର୍ଡ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାରେ କାର୍ଯ୍ୟକାରୀ ହେବ । ଏଥିପାଇଁ ବଜେଟ୍‌ରେ ବ୍ୟୟବରାଦ କରାଯାଇଛି । ଖୁବ୍‌ଶୀଘ୍ର ଏହାକୁ ପ୍ରଚଳନ କରାଯିବ ବୋଲି ଡାକ୍ତର ମହାଲିଙ୍ଗ କହିଥିଲେ । ଆୟୁଷ୍ମାନ ଭାରତ ଯୋଜନାରେ ୬୭ଲକ୍ଷ ପରିବାର ଓ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାରେ ୩୩ଲକ୍ଷ ପରିବାରଙ୍କୁ ସ୍ୱାସ୍ଥ୍ୟବୀମାରେ ସାମିଲ କରାଯିବ । ପୁରୁଷଙ୍କ ପାଇଁ ୫ଲକ୍ଷ ଓ ମହିଳାଙ୍କୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ।

Leave a Reply