ପଟ୍ଟାମୁଣ୍ଡାଇ ଶାଖା ର ଶାସନ ମଣ୍ଡଳ ପକ୍ଷରୁ ଶାସନ ପଞ୍ଚାୟତ ରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ପାଇଁ ଅକ୍ଷତ ଓ ନିମନ୍ତ୍ରଣ ପତ୍ର ବଣ୍ଟନ


ପଟ୍ଟାମୁଣ୍ଡାଇ-ଆସନ୍ତା ୨୨ ଜାନୁୟାରୀରେ ମର୍ଯାଦା ପୁରୁଷୋତ୍ତମ ଶ୍ରୀରାମ ଚନ୍ଦ୍ର ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ସଜେଇ ହେଉ ଥିବା ବେଳେ ଆଜି ଶ୍ରୀରାମ ଜନ୍ମ ଭୂମି ନ୍ୟାସ ମଞ୍ଚ ପଟ୍ଟାମୁଣ୍ଡାଇ ଶାଖା ର ଶାସନ ମଣ୍ଡଳ ପକ୍ଷରୁ ଶାସନ ପଞ୍ଚାୟତ ରେ ଅକ୍ଷତ ଏବଂ ନିମନ୍ତ୍ରଣ ପତ୍ର ବଣ୍ଟନ କରା ଯାଇଛି । ଅଯୋଧ୍ୟା ରୁ ଆସିଥିବା ଅକ୍ଷତ କଳସକୁ ସକାଳୁ ପଂଚାୟତ ପରିକ୍ରମା ରେ ନିଆ ଯାଇଥିଲା । ରାମ ନାମ ସଂକୀର୍ତ୍ତନ ରେ ଗାଆଁ ଦାଣ୍ଡ ରାମମୟ ହୋଇ ଉଠି ଥିଲା । ଅକ୍ଷତ କଳସ କୁ ପଞ୍ଚାୟତ ବାସୀ ଭବ୍ୟ ସ୍ୱାଗତ ଜଣାଇ ଥିଲେ । ରାଷ୍ଟ୍ରୀୟ ସ୍ବଯଂ ସେବକ ସଂଘ ର ତୀର୍ଥ ପରିଡା, ରମାକାନ୍ତ ଦାଶ, ଶଶାଙ୍କ ରାଉତ,ବିଜୟ ନାୟକ, ଶଙ୍କର୍ଷଣ ପରିଡ଼ା, ନିହାର ସାହୁ, ବାସୁଦେବ ବେହୁରା, ରାଜେନ୍ଦ୍ର ଜେନା, ଶୁଭମ୍ ମାନଧାତା, ଦୀପକ ମାନଧାତା ପ୍ରମୁଖ ଘରକୁ ଘର ବୁଲି ନିମନ୍ତ୍ରଣ ପତ୍ର ଏବଂ ଅକ୍ଷତ ବାଣ୍ଟିବା ସହ ଜାନୁୟାରୀ ବାଇଶି ରେ ଆମିଷ ବର୍ଜନ କରି ଘରେ କଳସ ସ୍ଥାପନା କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିବାକୁ ପରାମର୍ଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *