ଧର୍ମ ଜାଗରଣ ସୃଷ୍ଟିରେ ସଂକୀର୍ତନ ବଳିଷ୍ଠ ମାଧ୍ୟମ

ଖୋର୍ଦ୍ଧା : ଖୋର୍ଦ୍ଧା,ବେଗୁନିଆ ଓ ବୋଲଗଡ଼ ବ୍ଲକ୍‌ର ୨୪ଟି ସଂକୀର୍ତନ ମଣ୍ଡଳୀରୁ ନେଇ ଗଠିତ ନିଖିଳ ଉତ୍କଳ ଆଂଚଳିକ ସଂକୀର୍ତନ ସଂଘ, ହଟ୍ଟକେଶ୍ୱର ମଣ୍ଡଳ ପକ୍ଷରୁ ଜରିପୁଟ ବାଲୁଙ୍କେଶ୍ୱର ଦେବ ପୀଠରେ ଏକ ସ୍ୱତନ୍ତ୍ର ଅଧିବେଶନ ସତ୍ୟବାଦୀ ବଳିଆରସିଂହଙ୍କ ସଭାପତିତ୍ୱରେ ତଥା ଜରିପୁଟ ଶାଖା ସମ୍ପାଦକ ସୁଶାନ୍ତ ହରିଚନ୍ଦନଙ୍କ ସଂଯୋଜନାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ପାଲା ଗାୟକ ହାଡ଼ିବନ୍ଧୁ ପଣ୍ଡା, ହଟ୍ଟକେଶ୍ୱର ମଣ୍ଡଳର ସଭାପତି ମାଧବ ଚନ୍ଦ୍ର ବେହେରା, ବୟୋଜ୍ୟେଷ୍ଠ ସମାଜ ସେବୀ କବିରାଜ ସାମନ୍ତରାୟ, ନୟାଗଡ଼ ମଣ୍ଡଳ ସଭାପତି ତ୍ରିଲୋଚନ ପରିଡ଼ା, ଉପେନ୍ଦ୍ର ଶ୍ରୀଚନ୍ଦନ ଓ ଜରିପୁଟ ସଭାପତି ବେଣୁଧର ରାଉତରାୟ, ଅତିଥି ଭାବେ ଯୋଗଦେଇ ଥିଲେ । ନୈତିକ ଚେତନା ଜାଗ୍ରତ ଓ ଧର୍ମ ଜାଗରଣ ସୃଷ୍ଟି ପାଇଁ ସଂକୀର୍ତନ ଏକ ବଳିଷ୍ଠ ମାଧ୍ୟମ ବୋଲି ଅତିଥିମାନେ ମତ ଦେଇଥିଲେ । ସଭା ପୂର୍ବରୁ ୩ଟି ଦଳର ସଂକୀର୍ତନ ଓ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜରିପୁଟ ଶାଖା ପକ୍ଷରୁ ସର୍ବଶ୍ରୀ ଲକ୍ଷ୍ମଣ ମାର୍ଥୀ, ନିଳାଦ୍ରିନାଥ ଜଗବ୍ଦେବ, ଦୈତାରୀ ସେନାପତି, ତ୍ରିଲୋଚନ ମହାପାତ୍ର, ଦୁର୍ଗାଚରଣ ବଳିଆରସିଂହ, ବଂଶୀଧର ସୁନ୍ଦରାୟ, ନନ୍ଦପୁର ସରପଂଚ ବିକଳ୍ପ କେଶରୀ ବଳିଆରସିଂହ, ଦୁର୍ଗାପୁର ସରପଂଚ ଦେବାଶିତଷ ବେହେରା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜରିପୁଟ ବାଲୁଙ୍କେଶ୍ୱର ସଂକୀର୍ତନ ମଣ୍ଡଳୀ ପକ୍ଷରୁ ସମ୍ପାଦକ ସୁଶାନ୍ତ ହରିଚନ୍ଦନ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *