ଧଅଁଡାମାଲ ଧର୍ମ ସଭାରେ ଉଠିଲା ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରସଙ୍ଗ

ନବରଙ୍ଗପୁର ; ନୂଆଖାଇ ଭେଟଘାଟ ଅବସରରେ ବ୍ରହ୍ମ ଅବଧୂତ ଅନାଦୀ ବାବା ଙ୍କ ଦ୍ୱାରା ଆୟୋଜିତ ହେଲା ଧଅଁଡାମାଲ ଗାଁ ରେ ମହିମା ସମାଜର ଧର୍ମ ସଭା । ଏହି ଅବସରରେ ବ୍ରହ୍ମ ଅବଧୂତ ସୌଭାଗ୍ୟ ବାବା, ହିନ୍ଦୁ ମହାସଂଘ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୟନ୍ତ କୁମାର ପାତ୍ର, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁନୀଲ ବେହେରା, ମହିମା ସମାଜ ଭକ୍ତ ବିଭୁଦତ ମେହେର, ଜଗନ୍ନାଥ ମେହେର, ହିନ୍ଦୁ ମହାସଂଘ ଜିଲ୍ଲା ଉପ ସଭାପତି ସୁରଥ ଚନ୍ଦ୍ର ଜେନା, ମୈଦଲପୁର ମଣ୍ଡଳ ସାଧାରଣ ସଂପାଦକ ବିନୋଦ ହରିଜନ, ମିଡିଆ ସଂଯୋଜକ ଗୋରା ହରିଜନ, ଜୟସେନ ନାଗେଶ, ଭକ୍ତ ଯୁଗସାଏ ଭତ୍ରା ଏବଂ ମହିମା ସମାଜର ଅନେକ ସାଧୁସନ୍ଥ, ଦାସ, ତ୍ୟାଗୀ , ବୈରାଗୀ ଏବଂ ଅଞ୍ଚଳର ପ୍ରମୁଖ ଅଧିବାସୀ ଉପସ୍ଥିତ ଥିଲେ । ସ୍ଥାନୀୟ ବିଧାୟକ ଏକ ମହିମା ଟୁଙ୍ଗି ଉଦ୍ଘାଟନ କରିଥିଲେ । ହିନ୍ଦୁ ମହାସଂଘ ଅଧ୍ୟକ୍ଷ ଏବଂ ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ କାର୍ଯ୍ୟକାରୀ ସଭାପତି ଗୋହତ୍ୟା ବନ୍ଦ କରିବା ପାଇଁ କଠୋର ଆଇନ୍‌, ବାଂଲାଦେଶୀ ଅନୁପ୍ରବେଶ କୁ ରୋକିବା ପାଇଁ ଏବଂ ଧର୍ମ ରକ୍ଷା ପାଇଁ ହିନ୍ଦୁ ସମାଜକୁ ସଂଘବଦ୍ଧ ହେବା ପାଇଁ କହିଥିଲେ ।

Leave a Reply

Your email address will not be published. Required fields are marked *