Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର ଅଭିଯାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର ଅଭିଯାନ

ରାଜନଗର 21/9:ଆଜି ରାଜନଗର ପେଣ୍ଠ ବେଳାଭୂମି ରେ “ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର” ଅଭିଯାନ ଅନୁଷ୍ଠିତ ହୋଇଛି l ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ, ସମ୍ମାନିତ ଅତିଥି ଭାବେ ରାଜନଗର ଡ଼ିଏଫଓ ସୁଦର୍ଶନ ଗୋପୀନାଥ ଯାଦବ,ମହାକାଳପଡ଼ା ବିଧାୟକ ଡ଼କ୍ଟର ଦୁର୍ଗା ପ୍ରସନ୍ନ ନାୟକ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ର ପ୍ରାନ୍ତ ପର୍ଯ୍ୟାବରଣ ପ୍ରମୁଖ ବଳରାମ ଦାସ, ଜିଲ୍ଲା କାର୍ଯ୍ୟବାହ ବିନୋଦ ବିହାରୀ ଦାସ, ଜିଲ୍ଲା ପର୍ଯ୍ୟାବରଣ ପ୍ରମୁଖ ସତ୍ୟ ନାରାୟଣ ପରିଜା , ଲଳିତ ପ୍ରଧାନ, ବିଜେପି ଜିଲ୍ଲା ସଭାପତି କିଶୋର ପଣ୍ଡା, ବିଜେପି ନେତ୍ରୀ ଗୀତା ସେଠି ପ୍ରମୁଖ ଯୋଗ ଦେଇଥିଲେ l

ଆମ ଓଡ଼ିଶାର ସାଗର ତଟବର୍ତ୍ତୀ ଜିଲ୍ଲା ଗୁଡିକର ସାଗର ତଟରେ ଜନସମାଗମ ହେଉଥିବା କାରଣରୁ ତଟରେ ଆବର୍ଜନା ଜମା ହେଉଛି, ବିଶେଷ କରି ପଲିଥିନ୍ ଆବର୍ଜନାରୁ ବାହାରୁଥିବା ମାଇକ୍ରୋ ପଲିଥିନ୍ ସାମୁଦ୍ରିକ ଜୀବ ମାଧ୍ୟମରେ ଆମ ଶରୀରକୁ ପ୍ରବେଶ କରୁଛି। ମାଇକ୍ରୋ ପଲିଥିନ୍ ଆମ ରକ୍ତରେ ମିଶି କ୍ୟାନ୍ସର ଭଳି ମାରାତ୍ମକ ରୋଗର କାରଣ ହେଉଛି। ଏଣୁ ଏହି ଦିନରେ ସାଗର ତଟକୁ ପଲିଥିନ୍ ମୁକ୍ତ କରିବାକୁ ସଂକଳ୍ପ ନେଇଥିଲେ l

ସାଗରତଟ ଦେଶର ଜଳଭାଗର ସୀମା ଅଟେ । ଏହି ପଥ ଦେଇ ପାକିସ୍ଥାନ , ବଙ୍ଗଳାଦେଶରୁ ଅନୁପ୍ରବେଶ ହେଉଛି ଏବଂ ଅରାଷ୍ଟ୍ରୀୟ ଗତିବିଧି ମଧ୍ୟ ଚାଲିଛି। ତଟବର୍ତ୍ତୀ ଗ୍ରାମବାସୀଙ୍କୁ ଏ ବିଷୟରେ ସତର୍କ କରିବାକୁ ତଟବର୍ତ୍ତୀ ଅଞ୍ଚଳର ପ୍ରଶାସନ, ଶିକ୍ଷାନୁଷ୍ଠାନ, ତଟରକ୍ଷୀ , ଜଙ୍ଗଲ ଓ ପରିବେଶ ବିଭାଗ , NGO, ଜନପ୍ରତିନିଧି , ପ୍ରଚାର ଓ ପ୍ରସାର ବିଭାଗ , ସ୍ବାସ୍ଥ୍ୟ ବିଭାଗ ମାନଙ୍କୁ ଏହି ଅଭିଯାନରେ ସାମିଲ କରାଇ ତଟର ସ୍ଵଚ୍ଛତା ଓ ସୁରକ୍ଷା ବୃଦ୍ଧି ରେ ସହଯୋଗ କରିବାକୁ ପ୍ରୟାସ କରାଯାଇଥିଲା

Leave a Reply