Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କଟକରେ ମହମ୍ମଦଙ୍କ ଜୟନ୍ତୀ ତଥା ଇଦ୍ ଏ ମିଲାଦୁନ ନବୀ ପାଳନ ବେଳେ 'ଫ୍ରି ପାଲେଷ୍ଟାଇନ ' ଓ 'ପ୍ରେ ଫର୍ ପାଲେଷ୍ଟାଇନ ' ସ୍ଳୋଗାନ ଲେଖାଥିବା ପ୍ଲାକାର୍ଡ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କଟକରେ ମହମ୍ମଦଙ୍କ ଜୟନ୍ତୀ ତଥା ଇଦ୍ ଏ ମିଲାଦୁନ ନବୀ ପାଳନ ବେଳେ ‘ଫ୍ରି ପାଲେଷ୍ଟାଇନ ‘ ଓ ‘ପ୍ରେ ଫର୍ ପାଲେଷ୍ଟାଇନ ‘ ସ୍ଳୋଗାନ ଲେଖାଥିବା ପ୍ଲାକାର୍ଡ

କଟକ-କଟକରେ ମହମ୍ମଦଙ୍କ ଜୟନ୍ତୀ ତଥା ଇଦ୍ ଏ ମିଲାଦୁନ ନବୀ ପାଳନ ବେଳେ ବିଭିନ୍ନ ସ୍ଥାନରେ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଯେଉଁଥିରେ ‘ଫ୍ରି ପାଲେଷ୍ଟାଇନ୍‌ର ପ୍ଲାକାର୍ଡ ଏବଂ ପତାକା ଉଡୁଥିବାର ଦେଖିବାକୁ ମିଳିଥିଲା । ସେପ୍ଟେମ୍ବର ୧୬ ତାରିଖ ଦିନ ସହରର ବିଭିନ୍ନ ମୋହଲ୍ଲା କମିଟି ତରଫରୁ ଏହିଭଳି ଶୋଭାଯାତ୍ରା ବାହାର କରାଯାଇ ସହର ପରିକ୍ରମା ସମୟରେ ଭାରତର ଜାତୀୟ ପତାକା ସହ ଦେଖିବାକୁ ମିଳିଥିଲା ପାଲେଷ୍ଟାଇନର ବିଶାଳ ଜାତୀୟ ପତାକା । ଏହାସହ ଶୋଭାଯାତ୍ରାରେ ଯାଉଥିବା ଶ୍ରଦ୍ଧାଳୁଙ୍କ ହାତରେ \’ଫ୍ରି ପାଲେଷ୍ଟାଇନ \’ ଓ \’ପ୍ରେ ଫର୍ ପାଲେଷ୍ଟାଇନ \’ ସ୍ଳୋଗାନ ଲେଖାଥିବା ପ୍ଲାକାର୍ଡ ଆଦି ଦେଖିବାକୁ ମିଳିଥିଲା । ମଧ୍ୟପ୍ରାଚ୍ୟରେ ଇସ୍ରାଏଲ -ପାଲେଷ୍ଟାଇନ୍ ବିବାଦ ଚରମ ସୀମାରେ ଥିବା ବେଳେ ବୈଦେଶିକ ନୀତି ଦୃଷ୍ଟିରୁ ଭାରତ କୌଣସି ପକ୍ଷଭୁକ୍ତ ନହୋଇ ଏହି ବିବାଦ ଠାରୁ ଦୁରେଇ ରହିଛି । ଏଭଳି ସମ୍ବେଦନଶୀଳ ସ୍ଥିତିରେ ଇଦ୍ ଏ ମିଲାଦୁନ ନ୍ୱି ଶୋଭାଯାତ୍ରାରେ ପାଲେଷ୍ଟାଇନ ସପକ୍ଷରେ କଟକରେ ଏଭଳି ପ୍ରଦର୍ଶନ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲା । ପୋଲିସ ଘଟଣାରେ ହସ୍ତକ୍ଷେପ କରି ଉଭୟ ପାଲେଷ୍ଟାଇନ ପତାକା ଓ ପାଲେଷ୍ଟାଇନ ସମର୍ଥନରେ ଥିବା ପ୍ଲାକାର୍ଡ ଗୁଡିକୁ ଜବତ କରିିଥିଲା । କେବଳ କଟକରେ ଏହି ଘଟଣା ଘଟି ନାହିଁ । କେନ୍ଦ୍ରାପଡା ଓ ସମ୍ବଲପୁରରେ ଏହି ଘଟଣା ଘଟିଛି । ଏହି ଘଟଣା ସବୁ ପ୍ରଘଟ ହେବା ପରେ ଶାନ୍ତପ୍ରିୟ ଓଡିଶା ସମଗ୍ର ଦେଶରେ ବଦନାମ ହୋଇଛି । କିଛି ଦିନ ପୂର୍ବରୁ ମଧ୍ୟ ଅନୁରୂପ ଘଟଣା ଓଡିଶାର ବିଭିନ୍ନ ସହରରେ ଘଟିଥିଲା । ଏ ନେଇ ଅଭିଯୋଗ ହେବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଫଳ ସ୍ୱରୂପ ପୁର୍ନବାର ସମାନ ଘଟଣା ଦେଖିବାକୁ ମିଳୁଛି ।

Leave a Reply