Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭୁବନେଶ୍ୱରର ଜନପଥରେ କିଛି ମୁସଲମାନ ଯୁବକ ତାଲିବାନୀ ଷ୍ଟାଇଲରେ ଗାଡି ଚଳାଇ ଆତଙ୍କ ସୃଷ୍ଟି କଲେ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭୁବନେଶ୍ୱରର ଜନପଥରେ କିଛି ମୁସଲମାନ ଯୁବକ ତାଲିବାନୀ ଷ୍ଟାଇଲରେ ଗାଡି ଚଳାଇ ଆତଙ୍କ ସୃଷ୍ଟି କଲେ

ଭୁବନେଶ୍ୱର:ପାକିସ୍ତାନ କି ଆଫଗାନିସ୍ଥାନ ନୁହେଁ । ରାଜଧାନୀ ଭୁବନେଶ୍ୱରର ଜନପଥରେ କିଛି ମୁସଲମାନ ଯୁବକ ତାଲିବାନୀ ତାଲିବାନୀ ଷ୍ଟାଇଲରେ ବେପାରୁଆ ଭାବେ ଗାଡି ଚଳାଇ ଆତଙ୍କ ସୃଷ୍ଟି କରିଥିଲେ । ଗୋଟିଏ କି ଦୁଇଟି ଗାଡି ନୁହେଁ, ଏକାସାଙ୍ଗରେ ୩ଟି ଗାଡିରେ ସେମାନେ ରାସ୍ତାରେ ବୁଲି ବୁଲି ପାକିସ୍ତାନ ଜିନ୍ଦାବାଦ ଧ୍ୱନି ଦେଇଥିଲେ । ଟ୍ରାଫିକ ନିୟମକୁତ ମାନି ନଥିଲେ,ଓଲଟା ଟ୍ରାଫିକ୍ ପୁଲିସକୁ ଗାଡି ଚଢାଇ ମାରି ଦେବାକୁ ଉଦ୍ୟମ ମଧ୍ୟ କରିଥିଲେ । ଆଶ୍ଚର୍ଯ୍ୟର କଥା ଏ ସଂପର୍କରେ କମିସନରେଟ ପୁଲିସ ସୂଚନା ବି ପାଇ ନଥିଲା ।
ଇଦ୍ ଏ ମିଲାଦୁନ ନବୀ ପାଳନ ବେଳେ ବେପରୁଆ ଗାଡ଼ି ଚାଳନାର ଏହି ଛାତିଥର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଆକ୍ସନ ନେଇଛି କମିଶନରେଟ୍ ପୋଲିସ । ନିଜ ଆଡୁ ମାମଲା ରୁଜୁ କରି ତିନିଟି ଯାକ କାରକୁ ଟ୍ରାକ୍ କରିଛି । ଭିଡିଓରୁ ଗାଡ଼ି ନମ୍ବର ଯାଂଚ କରି ୫ ଜଣଙ୍କୁ ଗିରଫ କରିଥିବା ବେଳେ ଦୁଇଟି କାରକୁ ଜବତ କରାଯାଇଛି । ୫ ଯୁବକଙ୍କ ହାତରେ ପଡ଼ିଛି ହାତକଡ଼ି । ୧୬ ସେପ୍ଟେମ୍ବର ୨୦୨୪ , ସମୟ- ସକାଳ ସାଢ଼େ ୧୦ଟା । ସ୍ଥାନ- ଭୁବନେଶ୍ୱର ଜନପଥ ରୋଡ଼ । ରାମମନ୍ଦିରରୁ ରୂପାଲି ଛକ ଭିତରେ ତିନିଟି କାର୍ ଖେଳାଇ ଦେଇଥିଲେ ଆତଙ୍କ । ଅପରାଧୀଙ୍କ ଭଳି ଜନଗହଳି ପୂର୍ଣ୍ଣ ରାସ୍ତାରେ କରିଥିଲେ ବେପରୁଆ ଗାଡ଼ି ଚାଳନା । କେତେବେଳେ ରାସ୍ତାର ବାମ ପଟକୁ ମାଡ଼ି ଯାଉଥିଲେ ତ କେତେବେଳେ ଡାହାଣକୁ । ପୁଣି କେତେବେଳେ ଡିଭାଇଡର ଉପରକୁ ଚଢ଼ାଇ ଦେଉଥିଲେ କାରକୁ । ଆହୁରି ସାଂଘାତିକ କଥା ହେଲା ଯେ କିଛି ଯୁବକ କାର୍ ଝରକା ପାଖରେ ବସି ଷ୍ଟଣ୍ଡ ଦେଉଥିଲେ ଆଉ ଚିତ୍କାର କରୁଥିଲେ । ପରିସ୍ଥିତି ଏମିତି ଥିଲା ଯେ ରାସ୍ତାରେ ଯାଉଥିବା ଲୋକେ ଭୟରେ ଇତଃସ୍ତତଃ ହୋଇଯାଉଥିଲେ । ଆଗରେ ଓ ପଛରେ ଆସୁଥିବା ଗାଡ଼ି ଚାଳକ ଦୁର୍ଘଟଣାର ଆଶଙ୍କା କରି ବିବ୍ରତ ହୋଇଯାଉଥିଲେ । କାରଣ ଟିକିଏ ଅସାବଧାନତା ହେଲେ ଜୀବନ ଚାଲିଯିବାର ଭୟ ଥିଲା । ଜଣାପଡ଼ିଛି, ଗିରଫ ଯୁବକମାନେ ଭୁବନେଶ୍ୱରର ବିଭିନ୍ନ ଅଂଚଳର । ଯୁବକମାନେ ନିଶାସକ୍ତ ଅବସ୍ଥାରେ ଥିଲେ କି ନାହିଁ ? କାହିଁକି ଏମାନେ ଏମିତି ଗାଡ଼ି ଚଳାଉ ଥିଲେ? ଏସବୁ ତଦନ୍ତ କରୁଛି ପୋଲିସ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଭୁବନେଶ୍ୱରରେ ପୋଲିସ ଛାଉଣି ରହିଥିବା ସମୟରେ ସଂଖ୍ୟାଲଘୁ ଯୁବକମାନେ ରାଜଧାନୀର ଛାତି ଉପରେ କେମିତି ବେପରୁଆ ଗାଡ଼ି ଚଳାଇଲେ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave a Reply