Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶ୍ରାଦ୍ଧ ଦିବସ:ମହାଦେବ ଗୋବିନ୍ଦ ରାନାଡେ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶ୍ରାଦ୍ଧ ଦିବସ:ମହାଦେବ ଗୋବିନ୍ଦ ରାନାଡେ

ମହାଦେବ ଗୋବିନ୍ଦ ରାନାଡେ ଜଣେ ପ୍ରସିଦ୍ଧ ଭାରତୀୟ ରାଷ୍ଟ୍ରବାଦୀ, ବିଦ୍ୱାନ୍‌, ସମାଜ ସୁଧାରକ ଏବଂ ନ୍ୟାୟବିତ୍ ଥିଲେ । ରାନାଡେ ସାମାଜିକ କୁରୀତି ଏବଂ ଅନ୍ଧବିଶ୍ୱାସର କଡ଼ା ବିରୋଧ କରୁଥିଲେ । ସମାଜ ସୁଧାର କାର୍ଯ୍ୟରେ ସକ୍ରିୟ ଅଂଶ ଗ୍ରହଣ କରୁଥିଲେ । ସମାଜ ସୁଧାରକ ସଂଗଠନ ଯେମିତିକି ପ୍ରାର୍ଥନା ସମାଜ, ଆର୍ଯ୍ୟ ସମାଜ ଏବଂ ବ୍ରାହ୍ମ ସମାଜ ଆଦି ରାନାଡେଙ୍କୁ ଖୁବ୍ ପ୍ରଭାବିତ କରିଥିଲା । ଜଣେ ରାଷ୍ଟ୍ରବାଦୀ ହେବା ସହ ସେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ସ୍ଥାପନାକୁ ମଧ୍ୟ ସମର୍ଥନ କରିଥିଲେ ଏବଂ ସ୍ୱଦେଶୀର ସମର୍ଥକ ଥିଲେ । ନିଜ ଜୀବନକାଳ ମଧ୍ୟରେ ସେ ଅନେକ ମହତ୍ତ୍ୱପୂର୍ଣ୍ଣ ଏବଂ ପ୍ରତିଷ୍ଠିତ ପଦରେ ଅବସ୍ଥାପିତ ହୋଇଥିଲେ । ବମ୍ବେ ବିଧାନ ପରିଷଦର ସଦସ୍ୟ, କେନ୍ଦ୍ର ସରକାରଙ୍କ ବିତ୍ତ ସମିତିର ସଦସ୍ୟ ଏବଂ ବମ୍ବେ ଉଚ୍ଚ ନ୍ୟାୟାଳୟର ନ୍ୟାୟଧୀଶ ଭାବେ ପଦ ଅଳଙ୍କୃତ କରିଥିଲେ । ରାନାଡେ ଭାରତୀୟ ଅର୍ଥବ୍ୟବସ୍ଥା ଏବଂ ମରାଠା ଇତିହାସ ଉପରେ ପୁସ୍ତକ ଲେଖିଥିଲେ । ସେ ଏକ ଆଙ୍ଗଲୋ-ମରାଠୀ ଖବରକାଗଜ ‘ଇନ୍ଦୁପ୍ରକାଶ’ର ସମ୍ପାଦନ ମଧ୍ୟକରିଥିଲେ । ଏହି ମହାନ୍ ବ୍ୟକ୍ତିତ୍ୱ ୧୯୦୧ ମସିହା ଆଜିର ଦିନରେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ ।

Leave a Reply