ବରଗଡ-ମହମ୍ମଦ ଜୟନ୍ତୀ ଅବସରରେ ଓଡିଶାର ବରଗଡ ସହରରେ ମୁସଲମାନମାନଙ୍କ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରାରେ ବ୍ୟବହାର କରାଯାଇଥିବା ଜାତୀୟ ପତାକା ଉପରେ ବିଭିନ୍ନ ପ୍ରକାର ଲେଖା ହୋଇଥିଲା । ଜାତୀୟ ପତାକା ଉପରେ କିଛି ବି ଲେଖା ଓ ଚିତ୍ର ଆଙ୍କିବା ଅନୁଚିତ । କିନ୍ତୁ ଆଶ୍ଚର୍ଯ୍ୟ ଓ ଉଦ୍ବେଗର କଥା ହେଲା, ଏଠାକାର ବରିଷ୍ଠ ପୁଲିସ ଅଧିକାରୀମାନେ ଏହା ଉପରେ ଆପତି ନ ଉଠାଇ ଓଲଟା ତାକୁ ସ୍ୱାଗତ କରିଥିଲେ । ପୁଲିସ ସେମାନଙ୍କ ବିରୋଧରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ବରଗଡ ଏସଡିପିଓ , ବରଗଡ ଟାଉନ ଥାନା ଅଧିକାରୀ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ରାଜରାସ୍ତାରେ ଫୁଲମାଳ ପିନ୍ଧାଇଥିଲେ । ଏହାକୁ ବିରୋଧ କରି ବରଗଡ ଥାନାରେ ସେପ୍ଟେମ୍ବର ୧୬ ତାରିଖ ଦିନ ଏତଲା ଦିଆଯାଇଛି ।